ଜାତୀୟ ଆଦିବାସୀ ଲୋକନୃତ୍ୟ,ସଙ୍ଗୀତ ଉତ୍ସବ ଉଦଘାଟିତ।

0 2

କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ)” ଜିଲ୍ଲା ଜୁନାଗଡ଼ ଠାରେ  ତା:୧୨ ଶୁକ୍ରବାର ଦିନ ଜାତୀୟ ଆଦିବାସୀ ନୃତ୍ୟ,ସଙ୍ଗୀତ ଉତ୍ସବ ଉଦଘାଟିତ ହୋଇ ଯାଇଛି। ଓଡିଶା ସରକାରଙ୍କ ଶକ୍ତି , ଶିଳ୍ପ, ଗୃହ ରାଷ୍ଟ୍ରମନ୍ତ୍ରୀ କେପ୍ଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ।

ଏଥିରେ ଓଡିଶା ନାଟ୍ୟ ସଙ୍ଗୀତଏକାଡେମୀ ସଚିବ ପ୍ରମୋଦ ରଥ,ଅତିରିକ୍ତ ଜିଲ୍ଲା ପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ,ବାରିଷ୍ଟ ସାମ୍ବାଦିକ ଉମାସଙ୍କର କର ସମ୍ମାନୀୟ ଅତିଥି ଭାବେ ଉପସ୍ଥିତ ରହିଥିବା ବେଳେ ଆମନ୍ତ୍ରିତ ଅତିଥି ଭାବେଧର୍ମଶାଳା ବିଧାୟକ ପ୍ରଣବ ବଲବନ୍ତ ରାଏ,ଚାନ୍ଦବାଲି ବିଧାୟକବ୍ୟୋମକେଶ ରାୟ,ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଯୋଗଦେଇ କଳାକାର ମାନଙ୍କୁ ପ୍ରୋତ୍ସାହନ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ସୁଶାନ୍ତ ପାଢ଼ୀ ପରିଚାଳନା କରିଥିଲେ। ତେବେ ୩ଦିନ ଧରି ଚାଲିଥିବା ଏହି ଉତ୍ସବ ରେ ପ୍ରଥମ ଦିନରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ଆଦିବାସୀ ନୃତ୍ୟ ଓ ସଙ୍ଗୀତ ପରିବେଷଣ ବେଶ ଲୋକଙ୍କୁ  ଆକର୍ଷିତ କରିଥିଲା। ହଜାର ହଜାର ଲୋକଙ୍କ ସମାଗମ ଥିବାବେଳେ ଆଇନ ଶୃଙ୍ଖଳା ଦୃଷ୍ଟିକୁ ରଖି  କଳାହାଣ୍ଡି ପୋଲିସ ମୁତୟନ ରହିଥିଲେ।

Leave A Reply

Your email address will not be published.