ପି ସି ବେହେରା ସିନିୟର ମହିଳା ଫୁଟବଲ ପ୍ରତିଯୋଗିତା ୧୫ ତାରିଖରୁ

0 2

୨୧ ରେ ଫାଇନାଲ ଅନୁଷ୍ଠିତ ହେବ ମ୍ୟାଚ 

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ଜିଲା କ୍ରୀଡା ସଂଘ ଓ  ଓଡିଶା ଫୁଟବଲ ଆସୋସିଏସନ ମିଳିତ ଆନୁକୂଲ୍ୟରେ ଆସନ୍ତା ୧୫ ତାରିଖରୁ ୨ୟ ବାଟାଲିୟନ ଓ.ଏସ.ଏପି ଷ୍ଟାଡିୟମ ଓ ସେଠାରେ ଥିବା ୨ଟି ଫୁଟବଲ ପଡିଆରେ ଆନ୍ତଃ ଜିଲା ପି ସି ବେହେରା ସିନିୟର ମହିଳା ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହା ଚଳିତ ୧୫ ତାରିଖରୁ ଆରମ୍ଭ  ହୋଇ ୨୧  ତାରିଖ (ରବିବାର) ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଆଜି ଅପରାହ୍ନ ରେ ଝାରସୁଗୁଡ଼ା ଜିଲା କ୍ରୀଡା ସଂଘର ସଭାପତି ତଥା ଜିଲାପାଳ ସରୋଜ କୁମାର ସାମଲ ସାମ୍ମାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ପ୍ରତିଯୋଗିତାରେ  ରାଜ୍ୟର ୨୦ଟି ଦଳ ଅଂଶ ଗ୍ରହଣ କରିବେ । ଏହି ଦଳ ଗୁଡିକୁ ୪ଟି ଗ୍ରୁପରେ ବିଭକ୍ତ କରା ଯାଇଛି। ଗ୍ରୁପ (ଏ)-ରେ ବଲାଙ୍ଗିର,ଦେଓଗଡ,ମୟୁରଭଞ୍ଜ, ବରଗଡ ଓ କଟକ ।  ଗ୍ରୁପ(ବି)- ରେ ଭଦ୍ରକ, ଜଗସିଂପୁର, ସୁନ୍ଦରଗଡ-ବି, ଅନୁଗୋଳ, ଭ୍ୱବେନେଶ୍ୱର (ଏ)। ଗ୍ରୁପ(ସି)- ରେ ବାଲେଶ୍ବର, ଖୋର୍ଦ୍ଧା, ଝାରସୁଗୁଡା,ରାଉଲକେଲା ଷ୍ଟିଲ ପାଣ୍ଟ, ଭୁବନେଶ୍ୱର (ବି) ଏବଂ ଗ୍ରୁପ(ଡି)- ରେ ସମ୍ବଲପୁର, ନବରଙ୍ଗପୁର, ସୁନ୍ଦରଗଡ (ଏ) କେନ୍ଦ୍ରାପଡା ଓ କେନ୍ଦୁଝର ଟିମ ଅଛନ୍ତି। ଉଦଘାଟନୀ   ମ୍ୟାଚ ସକାଳ ୮ଟାରେ ବଲାଙ୍ଗିର ଏବଂ ଦେଓଗଡ ମଧ୍ୟରେ ଅନୁଷ୍ଠିତ ହେବ । ପ୍ରତ୍ୟେକ ଦିନ ସକାଳ ଏବଂ ଅପରାହ୍ନ ରେ  ମ୍ୟାଚ  ଗୁଡିକ ଖେଳାଯିବ ଏଠାରେ ୧୯ଟି ମ୍ୟାଚ ଅନୁଷ୍ଠିତ ହେବ।  ଏହି ପ୍ରତିଯୋଗିତାରେ ୪୦୦ ରୁ ଅଧିକ ମହିଳା ଖେଳାଳି ଏବଂ ଅଫିସିଆଲଙ୍କ ର ରହିବାର ଏବଂ ଖାଇବାର ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଛି। କୋଭିଡ -୧୯ ନିୟମ କୁ ଆଖି ଆଗରେ ରଖି ସମସ୍ତ ବ୍ୟବସ୍ଥା କରା ଯାଇଛି। ୨ୟ ବାଟାଲିୟନ ଓ.ଏସ.ଏପି ର ଦୁର୍ଗପତି ମନୋଜ ପୁରୋହିତ ଏବଂ ତାଙ୍କ ସହକର୍ମୀ ମାନେ ଦାୟୀତ୍ୱ ରେ ରହିଛନ୍ତି। ଏହି ପ୍ରତିଯୋଗିତାକୁ  ସୁଚାରୁ ରୂପେ ପରିଚାଳନା କରିବା ପାଇଁ ବିଭିନ୍ନ  କମିଟି ଗଠନ କରା ଯାଇଛି। ଏହି ସାମ୍ମାଦିକ ସମ୍ମିଳନୀ ରେ ଝାରସୁଗୁଡ଼ା ଜିଲ୍ଳା କ୍ରୀଡା  ଅଧିକାରି ସୁଶୀଲ  ମିଶ୍ର ,ଝାରସୁଗୁଡ଼ା ଜିଲ୍ଳା କ୍ରୀଡା ସଂଘ ର କାର୍ଯ୍ୟକରୀ ସଭାପତି ବିଜୟ ବେହେରା,ସଂପାଦକ ତାପସ ରାୟ ଚଉଧୁରୀ,ଉପ-ସଭାପତି ଜୀବନ ମହାନ୍ତି,ଅଶୋକ ମିଶ୍ର,କୋଷାଧକ୍ଷ ଗଣେଷ ନାୟକ,ସହ-ସଂପାଦକ ପ୍ରଜ୍ଜଳ ପଟେଲ,ଫୁଟବଲ ସଂପାଦକ ସୁଶାନ୍ତ ମହାନ୍ତି .କ୍ଳେମେଟ ରୋନାଲ୍ଡ (ସୋନୁ) ବିଜୟ ବକି୍ସ.ଶରତ ତ୍ରିପାଠୀ,ମନୋଜ ଦାସ,ବିଜୟ ଦାସ ,ମଙ୍ଗଳ ଓରାମ,ଭିକାରୀ  ମୁଣ୍ଡା ମୋହନ ମିଶ୍ର ପ୍ରଭୃତି ଉପସ୍ଥିତ ଥିଲେ।

 

 

Leave A Reply

Your email address will not be published.