ଚିତ୍ରକୋଣ୍ଡାରେ ଜଣଙ୍କୁ ଗୁଳିକରି ହତ୍ୟା କଲେ ମାଓବାଦୀ On Oct 22, 2017 21 Share ମାଲକାନଗିରଗ ରୁ ରାମକୃଷ୍ଣ : ପୋଲିସ ଇନଫର୍ମର ସନ୍ଦେହରେ ରବିବାର ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ମୃତକ ଜଣଙ୍କ ହେଲେ ବିଚ୍ଛିନ୍ନାଞ୍ଚଳ ଯନ୍ତ୍ରୀ ଗ୍ରାମର ସମା ପାଙ୍ଗି। ୨ବର୍ଷ ତଳେ ପ୍ରଜାକୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ମାଓବାଦୀଙ୍କ ଭୟରେ ଗ୍ରାମ ଛାଡ଼ି ଚିତ୍ରକୋଣ୍ଡାଠାରେ ବସବାସ କରୁ୍ଥିଲେ। ଚିତ୍ରକୋଣ୍ଡା ଲଞ୍ଚ୍ ଘାଟରେ ତାଙ୍କର ଏକ ଦୋକାନ ଅଛି। ରବିବାର ପୂର୍ବାହ୍ନରେ ଗୋଟିଏ ଲଞ୍ଚ୍ରେ ପ୍ରାୟ ୧୫ଜଣ ମାଓବାଦୀ ଆସି ତାଙ୍କୁ ଗୁଳି କରି ହତ୍ୟା କରି ପଳାଇ ଯାଇଛନ୍ତି। ଖବରପାଇ ଚିତ୍ରକୋଣ୍ଡା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ ଜାରି ରଖିଛି। ସୂଚନା ଯୋଗ୍ୟ, ୨୦୧୫ରେ ମାଓବାଦୀଙ୍କ ଧମକ ଯୋଗୁ ସମା ନିଜ ଗ୍ରାମ ଛାଡ଼ି ତାଙ୍କ ଦ୍ୱିତୀୟ ସ୍ତ୍ରୀ ସୁନ୍ଦରୀଙ୍କୁ ନେଇ ଚିତ୍ରକୋଣ୍ଡାରେ ଆଶ୍ରୟ ନେଇଥିଲେ। ପରେ ଗତ ସେପ୍ଟେମ୍ବର ୨ତାରିଖରେ ପୁଣି ମାଓବାଦୀଙ୍କ ଧମକ ଯୋଗଁୁ ତାଙ୍କର ପ୍ରଥମ ସ୍ତ୍ରୀ ମଧ୍ୟ ନିଜ ଗ୍ରାମ ଛାଡ଼ି ଚିତ୍ରକୋଣ୍ଡା ଚାଲି ଆସିଥିଲେ। ସମାଙ୍କ ୪ର୍ଥ ପୁତ୍ର ଭୀମସେନ କାମ ପାଇଁ ଆନ୍ଧ୍ର ପ୍ରଦେଶକୁ ଯାଇଥିତ୍ଲେ ା ତାଙ୍କ ପୁଅ ଗ୍ରାମରେ ରହୁ ନ ଥିବାରୁ ମାଓବାଦୀମାନେ ତାଙ୍କୁ ପୋଲିସ ସୂଚନାକାରୀ ସନ୍ଦେହରେ ତାଙ୍କୁ ପ୍ରଜାକୋର୍ଟକୁ ଡାକି ଗ୍ରାମ ଛାଡ଼ି ଚାଲିଯିବାକୁ ଧମକ ଦେଇଥିଲେ। ପରେ ଭୟରେ ସମା ଓ ତାଙ୍କ ସ୍ତ୍ରୀ ଗ୍ରାମ ଛାଡ଼ି ଚିତ୍ରକୋଣ୍ଡାକୁ ଚାଲି ଆସିଥିଲେ। ଏହାପରେ ଚିତ୍ରକୋଣ୍ଡା ଥାନା ପୋଲିସ ମାଲକାନଗିରି ଏସ୍ପି ଜଗମୋହନ ମୀନାଙ୍କ ନିକଟକୁ ଗତ ଅକ୍ଟୋବର ୨ତାରିଖରେ ପଠାଇଥିଲେ। ଏସ୍ପି ମୀନା ସେମାନଙ୍କ ସମ୍ପୂର୍ଣ୍ଣ ବିବରଣୀ ନେଇ ତାଙ୍କୁ ସରକାରଙ୍କ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଜିଲାପାଳଙ୍କୁ ଅବଗତ କରାଯିବ ଓ ବର୍ତ୍ତମାନ ସେମାନଙ୍କୁ ଚିତ୍ରକୋଣ୍ଡାରେ ଥଇଥାନ କରାଯିବ ବୋଲି କହିଥିଲେ। ପୂର୍ବରୁ ମଧ୍ୟ ଯନ୍ତ୍ରୀ ଗ୍ରାମର ୫ଟି ପରିବାର ମାଓବାଦୀଙ୍କ ଭୟରେ ନିଜ ଗ୍ରାମ ଛାଡ଼ି ଚାଲି ଆସିଥିବା ଜଣାପଡ଼ିଛ 21 Share FacebookTwitterGoogle+ReddItWhatsAppPinterestEmail