ସ୍କୁଲ ନିର୍ଦ୍ଦେଶକଙ୍କ ପୁଅଙ୍କ ମୃତଦେହ ମିଳିଲା କୋଠରୀରୁ। 

0 2

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ସହରର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଥେନ ଥୋମାସର ନିର୍ଦ୍ଦେଶକଙ୍କ ୨୯ ବର୍ଷ ବୟସ୍କ ପୁଅ ପ୍ରବୀଣ ଡାନିଏଲଙ୍କ ମୃତ ଦେହ ତାଙ୍କ କୋଠରୀରୁ ମିଳିଛି। ସୂଚନାନୁଯାୟୀ, ପରିବାରର ଲୋକଙ୍କ ଅନୁସାରେ ବିଷାକ୍ତ ବାଷ୍ପର ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି। 

ଜଣେ ପରୋପକାରୀ ଓ ମିଷ୍ଟଭାଷୀ ବ୍ୟକ୍ତି ଭାବରେ ପରିଚିତ ପ୍ରବୀଣଙ୍କ କୋଠରୀ ବିଳମ୍ବ ସମୟ ପର୍ଯ୍ୟନ୍ତ ବନ୍ଦ ଥିବା ଦେଖି ପରିବାରର ଲୋକେ କବାଟ ଭାଙ୍ଗି ପ୍ରବୀଣଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ଏହାପରେ ପୋଲିସକୁ ଖବର ଦେଇଥିଲେ ପରିବାର ଲୋକେ। ଘଟଣାସ୍ଥଳରେ ପହଞ୍ଚି ଝାରସୁଗୁଡ଼ା ଏସପି ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ। ପ୍ରାଥମିକ ତଦନ୍ତରୁ ମାନସିକ ଭାରସାମ୍ୟ ହରାଇ ପ୍ରବୀଣ ଏପରି କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ବିଭିନ୍ନ ସମୟରେ ବିଭିନ୍ନ ପରୀକ୍ଷା ନିରୀକ୍ଷା କରୁଥିବା ପ୍ରବୀଣ ଘଟଣାସ୍ଥଳରେ ମିଳିଥିବା ବିଷାକ୍ତ ବାଷ୍ପକୁ ମଧ୍ୟ ଅନଲାଇନରେ କିଛି ଦିନ ପୂର୍ବରୁ ମଗାଇଥିଲେ। ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛନ୍ତି। ସାଇଣ୍ଟିଫିକ୍ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିଲେ।

Leave A Reply

Your email address will not be published.