ବାର ଆସୋସିଏସନର ପିଆଇଏଲ ଦିଲ୍ଲୀ ହାଇକୋର୍ଟ ବା ସୁପ୍ରିମ କୋର୍ଟକୁ ସ୍ଥାନାନ୍ତର ପାଇଁ ସିବିଆଇର ପିଟିସନ

0

 ଜଷ୍ଟିସ ସି ଆର ଦାସଙ୍କ ଘରେ ସିବିଆଇ ଅଧିକାରୀ ପ୍ରବେଶ ମାମଲା

 

କଟକ : ହାଇକୋର୍ଟର ବି·ରପତି ଜଷ୍ଟିସ ସି.ଆର୍.ଦାସଙ୍କ ବାସଭବନରେ ରାତିଅଧରେ ସିବିଆଇ ଅଧିକାରୀ ପ୍ରବେଶ ଉଦ୍ୟମ କରିବା ଘଟଣାକୁ ନେଇ ହାଇକୋର୍ଟ କେନ୍ଦ୍ର ସରକାର, ରାଜ୍ୟ ସରକାର, ସିବିଆଇ ସମେତ ଦଶ ଜଣ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଥିବା ବେଳେ ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ରୁଜୁ ଏହି ଜନସ୍ୱାର୍ଥ ମାମଲାକୁ ଦିଲ୍ଲୀ ହାଇକୋର୍ଟ ଅବା ସୁପ୍ରିମ କୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ସିବିଆଇ ସୁପ୍ରିମ କୋର୍ଟଙ୍କୁ ଅନୁରୋଧ କରିଛି । ଭୁଲବଶତଃ ସିବିଆଇର ଅଧିକାରୀମାନଙ୍କ ଦ୍ୱାରା ଏଭଳି ଘଟିଯାଇଛି ବୋଲି ଦୁଃଖ ପ୍ରକାଶ କରିବା ପରେ ବି ଓଡିଶା ହାଇକୋର୍ଟର ବାର ଆସୋସିଏସନ ପକ୍ଷରୁ ଆଗତ ଏହି ପିଆଇଏଲ ତଥା ସ୍ଥାନୀୟ  କ୍ୟାଣ୍ଟନମେଣ୍ଟ ଥାନା ପକ୍ଷରୁ ରୁଜୁ ହୋଇଥିବା  ମାମଲାରେ କିଛି ଉଦେ୍ଧଶ୍ୟମୂଳକ ଅଭିଯୋଗ ଯୋଡାଯାଇଥିବା ସିବିଆଇ ଅଭିଯୋଗ କରିଛି  । ଏହି ପରିପ୍ରେକ୍ଷୀରେ ଜଷ୍ଟିସ କୁଦ୍ଦୁସୀଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର  ତଦନ୍ତ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଥିବା ଯୋଗୁ ଓଡିଶା ହାଇକୋର୍ଟରୁ ମାମଲା ଉଠାଇଆଣିବାକୁ ଅନୁରୋଧ କରିଛି ସିବିଆଇ  । ସୂଚନାଯୋଗ୍ୟ ଯେ, ହାଇକୋର୍ଟର ବି·ରରପତି ଜଷ୍ଟିସ ସି.ଆର୍.ଦାସଙ୍କ ବାସଭବନରେ ରାତିଅଧରେ ସିବିଆଇ ଅଧିକାରୀ ପ୍ରବେଶ ଉଦ୍ୟମ କରିବା ଘଟଣାକୁ ନେଇ  ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ରୁଜୁ ଜନସ୍ୱାର୍ଥ ମାମଲାକୁ ବି·ର ପାଇଁ ଗ୍ରହଣ କରି ମୁଖ୍ୟ ବି·ରପତି ଜଷ୍ଟିସ ଭିନିତ ସରନ ଓ ଡ. ଜଷ୍ଟିସ ବି.ଆର୍.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାର, ରାଜ୍ୟ ସରକାର, ସିବିଆଇ ସମେତ ଦଶ ଜଣ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ ।

ହାଇକୋର୍ଟ ବାର୍ ଆସୋସିଏସନ ପକ୍ଷରୁ ସଂପାଦକ ଉମେଶ ଚନ୍ଦ୍ର ବେଉରା ଦାଖଲ କରିଥିବା ଜନସ୍ୱାର୍ଥ ମାମଲାରେ ଉଲ୍ଲେଖ କରାଯାଇଥିଲା ଯେ, ରାତି ପ୍ରାୟ ୨ଟା ସମୟରେ ସାଧା ପୋଷାକରେ ଥିବା କିଛି ବ୍ୟକ୍ତି ଜଷ୍ଟିସ ସି.ଆର୍.ଦାସଙ୍କ ସରକାରୀ ବାସଭବନ ନିକଟରେ ପହଂଚିଥିଲେ । ନିଜକୁ ସିବିଆଇ ଅଧିକାରୀ ପରିଚୟ ଦେଇ ବିଚାରପତିଙ୍କ ଘରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କୁ ଗେଟ୍ ଖୋଲିବାକୁ କହିଥିଲେ । ଜଣେ ବ୍ୟକ୍ତି ନିଜକୁ ସିବିଆଇ ଇନ୍ସପେକ୍ଟର ପି.କେ.ମିଶ୍ର ଓ ଅନ୍ୟମାନେ ସିବିଆଇ ଦଳର ସଦସ୍ୟ ବୋଲି କହିଥିଲେ । କିନ୍ତୁ ଗେଟରେ ମୁତୟନ ସୁରକ୍ଷା କର୍ମୀ ଏହି ବାସଭବନ ଜଷ୍ଟିସ ସି.ଆର୍.ଦାସଙ୍କର ବୋଲି କହିବା ପରେ ମଧ୍ୟ ସିବିଆଇ ଅଧିକାରୀ ସେମାନଙ୍କୁ ଗେଟ୍ ଖୋଲିବାକୁ କହିଥିଲେ । ସେହି ସମୟରେ ସେଠାରେ ପହଂଚିଥିବା କ୍ୟାଣ୍ଟନମେଣ୍ଟ ପିସିଆର ଭ୍ୟାନ ଆସି ସିବିଆଇ ଅଧିକାରୀଙ୍କୁ ଘଟଣା ସଂପର୍କରେ ପ·ରିବାରୁ ସେମାନେ କହିଥିଲେ ଯେ ସେମାନଙ୍କ ନିକଟରେ ସର୍ଚ୍ଚ ୱାରେ ଅଛି  । ଏହାପରେ ସେମାନଙ୍କୁ କ୍ୟା ନମେ ଥାନାକୁ ନିଆଯାଇଥିଲା ଓ ସେଠାରେ ସେମାନେ ସିବିଆଇ ଅଧିକାରୀ ବୋଲି ଜଣା ପଡିବା ପରେ ଛାଡି ଦିଆଯାଇଥିଲା । ବାର ଆସୋସିଏସନ ପକ୍ଷରୁ ଆଗତ ପିଆଇଏଲରେ କୁହାଯାଇଥିଲା ବେଳେ ସୁପ୍ରିମକୋର୍ଟଙ୍କ ଗାଇଡ୍ଲାଇନ୍ ଉଲ୍ଲଘଂନ କରି ସିବିଆଇ ଅଧିକାରୀ ବି·ରପତିଙ୍କ ଘରେ ପଶିବାକୁ ଉଦ୍ୟମ କରିଥିଲେ । ତେଣୁ ତାହାର ବିଚାରବିଭାଗୀୟ ତଦନ୍ତ ହାଇକୋର୍ଟର ଜଣେ କାର୍ଯ୍ୟରତ  ବିଚାରପତିଙ୍କ ଦ୍ୱାରା ତଦନ୍ତ କରାଗଲେ ସ୍ପଷ୍ଟ ହେବ  । ତେଣୁ ହାଇକୋର୍ଟର ଜଣେ କାର୍ଯ୍ୟରତ ବି·ରପତି ଅବା  ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବି·ରପତିଙ୍କୁ ତଦନ୍ତ ଦାୟିତ୍ୱ ପ୍ରଦାନ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଥିଲା  । ତେଣୁ ଏଭଳି ପରିସ୍ଥିତିରେ ବାର ଆସୋସିଏସନର ପିଆଇଏଲ ଓ କ୍ୟା ନମେ ପୋଲିସର ମାମଲାରେ କିଛି ଉଦ୍ଦେଶ୍ୟ ଅଭିଯୋଗ ରହିଥିବା ଯୋଗୁ ସିବିଆଇକୁ କାମ କରିବାରେ ଅକଡିଆ ପରିସ୍ଥିତି ସୃଷ୍ଟି ହେବ । ସିବିଆଇ ହାଇକୋର୍ଟଙ୍କୁ ଏ ତ୍ରୁଟି ବିଷୟରେ ଦୁଃଖ ପ୍ରକାଶକରି ଲେଖି ସାରିଛନ୍ତି  । ଏହା ସତ୍ତ୍ୱେ ବାର ଆସୋସିଏସନ ଓ କ୍ୟା ନମେ ପୋଲିସର ମାମଲା ତଥା ଵଵିଚାର ବିଭାଗୀୟ ତଦନ୍ତ ଦାବି କରିଥିବା ଯୋଗୁ ଏ ମାମଲାକୁ ଦିଲ୍ଲୀ ହାଇକୋର୍ଟ ଅବା ସର୍ବୋଚ୍ଚ ଅଦାଲତକୁ ସ୍ଥାନାନ୍ତରିତ କରିବା ପାଇଁ ସିବିଆଇ ଅନୁରେୀଧ କରିଛି  ।

 

Leave A Reply

Your email address will not be published.