ଚାକିରୀ ପଛରେ ନଗୋଡାଇ ଯୁବଗୋଷ୍ଠୀ ସ୍ୱାବଲମ୍ବୀ ହେବା ଉଚିତ

0

ଚାକିରୀ ପଛରେ ନଗୋଡାଇ ଯୁବଗୋଷ୍ଠୀ ସ୍ୱାବଲମ୍ବୀ ହେବା ଉଚିତ

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ସହ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର 

ଭୁବନେଶ୍ୱର: ଶିଳ୍ପୋଦ୍ୟୋଗୀ ବିକାଶ ପ୍ରତିଷ୍ଠାନ, ଭୁବନେଶ୍ୱର ଆନୁକୂଲ୍ୟରେ ପ୍ରତିଷ୍ଠାନ ସଭାଗୃହରେ ଏକ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ଓ ଏକ ମାସଧରି ଚାଲିଥିବା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମର ଯଥାକ୍ରମେ ଶୁଭାରମ୍ଭ ଓ ଉଦ୍ଯାପନୀ ଉତ୍ସବ ଏକ ସଙ୍ଗେ ଆୟୋଜିତ ହୋଇଯାଇଛି |

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି  ଭାବେ ଯୋଗଦେଇ ଓଡ଼ିଶା ସରକାରଙ୍କ ଶିଳ୍ପ ନିର୍ଦ୍ଦେଶକ ପ୍ରଣବ ଜ୍ୟୋତି ନାଥ ତାଙ୍କର ଉଦବୋଧନ  ଜରିଆରେ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରେରଣା ଯୋଗାଇବା ସହିତ କହିଥିଲେ ଯେ ଆଜିକାଲି ଯୁବପିଢ଼ି ଚାକିରି ମନୋବୃତ୍ତି ପରିତ୍ୟାଗ କରି ଯଦି କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠା କରି ଚାକିରି ସୃଷ୍ଟି କରିବେ ତେବେ ଆମ ରାଜ୍ୟର ନିଶ୍ଚିତ ବିକାଶ ହୋଇପାରିବ |  ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧ#କାରୀ ଶ୍ରୀ ସମରେନ୍ଦ୍ର ସାହୁ କହିଥିଲେ ଯେ ପ୍ରବଳ ଇଚ୍ଛାଶକ୍ତିର ଉପଯୋଗ କରି ଜଣେ ବ୍ୟକ୍ତି ଉତ୍କର୍ଷର ଶୀର୍ଷରେ ପହଞ୍ଚପାରିବା ଶିଳ୍ପ ମାଧ୍ୟମରେ ନିଜକୁ ପ୍ରତିଷ୍ଠା କରିବା ସହିତ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇପାରିବ ବୋଲି ସେ ପ୍ରଶିକ୍ଷାର୍ଥୀମାନଙ୍କୁ କହିଥିଲେ | ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ସଫଳ ଉଦ୍ୟୋଗୀମାନଙ୍କ ଉପରେ ଲିଖ#ତ ପୁସ୍ତକ ଓ ପ୍ରତିଷ୍ଠାନ ଦ୍ୱାରା ଗତବର୍ଷ ପ୍ରଶିକ୍ଷଣ ନେଇଥିବା ଶିକ୍ଷାନବୀସମାନଙ୍କ ଉପରେ ପୁସ୍ତକ ଉନ୍ମୋଚନ କରାଯାଇଥିଲାା ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀ ବି.ବି. ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଉପାଧ୍ୟକ୍ଷ ସଂଗ୍ରାମ କେଶରୀ ମହାନ୍ତି ଉପସ୍ଥିତ ସମସ୍ତ ପ୍ରଶିକ୍ଷାର୍ଥୀ ଓ ଅତିଥ#ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲୋ

 

 

 

 

 

 

 

 

 

Leave A Reply

Your email address will not be published.