ରାଜଭବନରେ ଅଂତଃରାଷ୍ଟ୍ରୀୟ ଯୋଗ ଦିବସ ପାଳିତ

0

 

ଭୁବନେଶ୍ୱର,: ରାଜଭବନ ଷ୍ଟାଫ୍ କ୍ଲବରେ  ଅଂତଃରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏଥିରେ ରାଜଭବନର ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇ ଯୋଗ କରିଥିଲେ । ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟର ଅଧ୍ୟାପକ ସୁଶୀଲ କୁମାର ପଟ୍ଟନାୟକ ଯୋଗ ଶିକ୍ଷା ଦେଇଥିଲେ । ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ପଟ୍ଟନାୟକ, ଅତିରିକ୍ତ ସଚିବ ସୁକାନ୍ତ ପ୍ରଧାନ, ରାଜ୍ୟପାଳଙ୍କ ଲେଖାନିୟନ୍ତ୍ରକ ଗୌତମ ଚୌଧୁରୀଙ୍କ ସମେତ ରାଜଭବନର ବହୁ ଅଧିକାରୀ ଓ କର୍ମଚାରୀ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଶ କରିଥିଲେ । 

Leave A Reply

Your email address will not be published.