୧୦୮, ୧୦୨ ଆମ୍ବୁଲାନ୍ସ ବ୍ୟବସ୍ଥାର ସୁପରିଚାଳନା ଓ ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ଉପରେ ଗୁରୁତ୍ୱ

0

ସ୍ୱାସ୍ଥ୍ୟ ସମିତି କାର୍ଯ୍ୟନିର୍ବାହୀ କମିଟି ବୈଠକ 

୧୦୮, ୧୦୨ ଆମ୍ବୁଲାନ୍ସ ବ୍ୟବସ୍ଥାର ସୁପରିଚାଳନା ଓ ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ଉପରେ ଗୁରୁତ୍ୱବାରିପଦା(ଦିଲ୍ଲୀପ ମହାନ୍ତି )- ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବୀନିତ କୁମାର ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ମୟୂରଭଞ୍ଜ ଜିଲ୍ଲା ସ୍ୱାସ୍ଥ୍ୟ ସମିତି କାର୍ଯ୍ୟନିର୍ବାହୀ କମିଟିର ବୈଠକ ଆୟୋଜିତ ହୋଇଥିଲା । ବୈଠକରେ ମୟୂରଭଞ୍ଜ ଜିଲ୍ଲାରେ ଥିବା ସମସ୍ତ ସରକାରୀ ଚିକିତ୍ସାଳୟଗୁଡ଼ିକରେ ସ୍ୱାସ୍ଥ୍ୟ ବିଭାଗ ତତ୍ୱାବଧାନରେ ପରିଚାଳିତ ଓ ସରକାରଙ୍କ ସ୍ୱାସ୍ଥ୍ୟ ସେବା ଯୋଜନା ଆନ୍ତର୍ଗତ ସ୍ୱାସ୍ଥ୍ୟ ସେବାର ପରିଚାଳନା, ଭିତ୍ତିଭୂମିର ବିକାଶ,  ନିର୍ମାଣ ଆଦି ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକର ଅଗ୍ରଗତି ସମ୍ପର୍କରେ ପ୍ରଶାସନିକସ୍ତରୀୟ ଆଲୋଚନା ମୂଳକ ସମୀକ୍ଷା କରାଯାଇଥିଲା । ବିଶେଷକରି ଜାତୀୟ ସ୍ୱାସ୍ଥ୍ୟସେବା ମିଶନ ଆଦି ବିଭିନ୍ନ ସ୍ୱାସ୍ଥ୍ୟସେବା ଯୋଜନାଗୁଡ଼ିକ ମାଧ୍ୟମରେ ଜିଲ୍ଲାର ସ୍ୱାସ୍ଥ୍ୟସେବା ଓ ଭିତ୍ତଭୂମି ନିର୍ମାଣ ଅଅଦି କାର୍ଯ୍ୟକ୍ରମରେ ଆତ୍ୟାବଶ୍ୟକୀୟ ଯନ୍ତ୍ରପାତି ଓ ଉପକରଣ ଯୋଗାଣ ତଥା ଆନୁସଙ୍ଗିକ ସୁବିଧାସୁଯୋଗ ଯୋଗାଇଦେବା ଆଦି ବ୍ୟବସ୍ଥା ସମ୍ପର୍କରେ ବିଶଦ ଭାବେ ଆଲୋଚନା କରାଯିବା ସହ ୧୦୮, ୧୦୨ ଆଦି ଆମ୍ବୁଲାନ୍ସ ସେବା ଭଳି  ଜରୁରୀ ସ୍ୱାସ୍ଥ୍ୟସେବାର ସୁପରିଚାଳନା ମାଧ୍ୟମରେ ଗର୍ଭବତୀ ଓ ପ୍ରସୂତୀ ମହିଳାମାନଙ୍କୁ ସଠିକ୍ ସମୟରେ ସେବା ଯୋଗାଇଦେବା, ଶିଶୁମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଟୀକାକରଣ ଆଦି ଦିଗ ପ୍ରତି ବିଶେଷ ଭାବେ ଧ୍ୟାନ ଦେଇ କାର୍ଯ୍ୟକ୍ରମକୁ ତ୍ୱାତାନ୍ନିତ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ସେହିପରି ରାଷ୍ଟ୍ରିୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଗାଁ କଲ୍ୟାଣ ସମିତି, ରୋଗୀ କଲ୍ୟାଣ ସମିତି, କିଶୋରୀ ବାଳିକା କାର୍ଯ୍ୟକ୍ରମ, ଯକ୍ଷ୍ମାରୋଗ ନିରାକରଣ ଆଦି ସ୍ୱାସ୍ଥ୍ୟସେବା ଯୋଜନା କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ବୈଠକରେ ଜିଲ୍ଲାର କୁସୁମୀ, ରାଇରଙ୍ଗପୁର ଓ ଯଶିପୁର ଆଦି ତିନୋଟି ଖଣି ପ୍ରଭାବିତ ବ୍ଲକ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଓ ଭିତ୍ତିଭୂମିର ବିକାଶ ପାଇଁ ଜିଲ୍ଲା ଖଣିଜପାଣ୍ଠି ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇଦେବା ନିମନ୍ତେ ଆବଶ୍ୟକୀୟ ଯୋଜନାଗୁଡ଼ିକ ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ ଶ୍ରୀଭରଦ୍ୱାଜ ନିର୍ଦ୍ଦେଶ ଦେଇଥିଲେ । ସେଜିପରି ଜିଲ୍ଲାର ବଣପାହାଡ଼ ଘେରା ଦୁର୍ଗମ ଅଞ୍ଚଳଗୁଡ଼ିକରେ ଆମ୍ବୁଲାନ୍ସ ସେବା ପହଁଞ୍ଚାଇବା, ମ୍ୟାଲେରିଆ ନିରାକରଣ ନିମନ୍ତେ ଡ଼ିଡ଼ିଟି ସିଞ୍ଚନ, ଔଷଧବୋଳା ମଶାରୀ ବଣ୍ଟନ ଆଦି ସମ୍ପୃକ୍ତ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିହିତ ପଦକ୍ଷେପ ଗ୍ରହଣ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇ ଥିଲା ।   ଅନ୍ୟ ପ୍ରସଙ୍ଗ କ୍ରମରେ ୨୦୧୭-୧୮ ଆର୍ଥିକ ବର୍ଷରେ ଜିଲ୍ଲାର ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକର ଭତ୍ତିଭୂମି  ନିର୍ମାଣ କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଯ୍ୟକାତ୍ୱରାନ୍ୱିତ ତ୍ୱାନ୍ନିତ କରାଯିବା ଉପରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯିବା ସାଙ୍ଗକୁ ଜରୁରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା  ଆଦି କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରୁଥିବା କର୍ମଚାରୀମାନଙ୍କ ବିରୁଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କୁ କଡ଼ାକଡ଼ି କରାଯିବ ବୋଲି ଜିଲ୍ଲାପାଳ ଶ୍ରୀଭରଦ୍ୱାଜ ଚେତାବନୀ ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭାପତି ସୁଜାତା ମୁର୍ମୁ, ଅତିରିକ୍ତ ଜିଲ୍ଲାପାଳ ଗଙ୍ଗାଧର ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ସୁଶିଳ କୁମାର କର, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ବିଭୂତି ଭୂଷଣ ମହାନ୍ତ, ଏଡ଼ିଏମଓ(ପରିବାର କଲ୍ୟାଣ) ଡ଼ା. କସ୍ତୁରୀ ମିଶ୍ର, ଡ଼ିଏମଓ ଡ଼ା. ଶରତ ଚନ୍ଦ୍ର ଦାସ ପ୍ରମୁଖଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ଯୋଗ ଦେଇ ଆଲୋଚନା ଓ ସମୀକ୍ଷାରେ ଯୋଗ ଦେଇଥିଲେ ।

 

 

Leave A Reply

Your email address will not be published.