ପାଇକମାଲ ସିଆରପିଏଫ  କ୍ୟାମ୍ପ ଠାରେ ବିଶ୍ଵ ଯୋଗ ଦିବସ

0

ପାଇକମାଲ ସିଆରପିଏଫ  କ୍ୟାମ୍ପ ଠାରେ ବିଶ୍ଵ ଯୋଗ ଦିବସ

ପାଇକମାଳରୁ ଗୌରାଙ୍ଗ ଦାଶ :  ପାଇକମାଲ ସିଆରପିଏଫ  କ୍ୟାମ୍ପ ଠାରେ ବିଶ୍ଵ ଯୋଗ ଦିବସ  ପାଳନ କରାଯାଇଛି । ଯୋଗ ଗୁରୁ ଏସ କେ ଦଳେଇ ଙ୍କର ତତ୍ତ୍ୱାବଧାନ ରେ ଓ ସିଆଇ  ଦିଲୀପ ସିଂ ମୀନା ଙ୍କର ଉପସ୍ଥିତିରେ ସିଆରପିଏଫ 189/c କମ୍ପାନୀ ର ସମସ୍ତ ଯବାନ ଓ ଅଧିକାରୀ ପାଇକମାଲ ର ନାଗରିକ କସ୍ତୁରବା ଗାନ୍ଧୀ ମାତୃନିକେତନ ର ଛାତ୍ରୀ ତଥା ପାଇକମାଲ ଥାନା ର କର୍ମଚାରୀ ମାନେ ଯୋଗଦାନ କରିଥିଲେ। ଯୋଗଗୁରୁ  ଏସ କେ ଦଳେଇ  ସ୍ବାସ୍ଥ୍ୟ ସହିତ ଯୋଗ ର ସଂପର୍କ ବିଷୟରେ ଆଲୋଚନା କରିଥିଲେ। ଏହା ସହିତ ଯୋଗ ଦ୍ବାରା ରୋଗ କିପରି ଭାବରେ ଭଲ ହେଇ ପାରୁଛି ସେ ବାବଦ ରେ ପରାମର୍ଶ ପ୍ରଦାନ କରିଥିଲେ। ସିଆଇ  ଦିଲୀପ ସିଂ ମୀନା  ଯୋଗ କରିବା ଦ୍ୱାରା ନିଜର ମନ ଓ ଶରୀର ସବୁ ସମୟରେ ସତେଜ ରହିବ ଏଥିପାଇଁ ପ୍ରତ୍ୟେକ ଦିନ କିଛି ସମୟ ପାଇଁ ଯୋଗ କରିବା ପ୍ରତ୍ୟେକ ମଣିଷ ପାଇଁ ଜରୁରୀ ବୋଲି କହିଛନ୍ତି। ପାଇକମାଲ ଯୋଗ ସମିତି ଦ୍ୱାରା ମଧ୍ୟ ଆଜି ବିଶ୍ୱ ଯୋଗ ଦିବସ ପାଳନ କରାଯାଇଛି।ପାଇକମାଲ ଯୋଗ ସମିତି ର ସମସ୍ତ ସଭ୍ୟ ଏହି ଅବସର ରେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.