ପିଲାଙ୍କ ପ୍ରତି ଅନ୍ୟାୟ କରୁଛନ୍ତି ଆୟୋଜକ 

0

ରଜପରୀ ଜାଲିଆତି :ଅଭିଯୋଗ ଆଣିଲେ ଅଭିଭାବକ

19-06-18-RAJA-PARI-JALIATI.jpg - 56.94 kB

ଭଦ୍ରକ,(ସତ୍ୟ ସ୍ୱାମୀ ):ସାଂସ୍କୃତିକ ସମାରୋହ ଆୟୋଜନ କରି ରଜପରୀ ସିଜିନ-୩ ନାମରେ କୁନି କଳାକାରଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଇଥିବାର ଅଭିଯୋଗ ଆଣିଛନ୍ତି କିଛି ଅଭିଭାବକ । ସେମାନେ ଏ ସମ୍ପର୍କରେ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବା ସହ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷଙ୍କୁ ମଧ୍ୟ ଏବାବଦରେ ଅବଗତ କରାଇଛନ୍ତି । 

ଜନୈକ ଅଭିଭାବକ ପ୍ରଫୁଲ୍ଲ କୁମାର କର ଏହି ମର୍ମରେ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ନାରାୟଣ ସେନାପତି, ଗଙ୍ଗୋତ୍ରୀ ଦାସ, ଅନିତା ବାରିକ, ଅମ୍ରିତା ବିଶ୍ୱାଳ ପ୍ରମୁଖ ମଧ୍ୟ ଗ୍ରାମାଞ୍ଚଳଥାନାଧିକାରୀ ଙ୍କ ନିକଟରେ ପହଞ୍ଚି ହୋଇଥବବା ଅଭିଯୋଗ ଶତପ୍ରତିଶତ ଠିକ ବୋଲି କହିଛନ୍ତି । ଅଭିଯୋଗ ଅନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଗଣିଜାଙ୍ଗ ଠାରେ ରାଜ୍ୟ ସଂସ୍କୃତି ସୁରକ୍ଷା ମଞ୍ଚ ନାମରେ ଏକ ସଂଗଠନର ମୁଖ୍ୟ ଚୌଧୁରୀ ଚମ୍ପତ୍ତି ଚରଣ ବେହେରା ଗତ ୩ବର୍ଷ ଧରି ରଜ ମହୋତ୍ସବ  ପାଳନ କରିବା ସହ ‘ମୁଁ ହେବି ରଜପରୀ’ କାର୍ଯ୍ୟକ୍ରମ ଆୟୋଜନ କରନ୍ତି । ଚଳିତ ବର୍ଷ ରଜପରୀ ମୁକୁଟ ହାସଲ ପାଇଁ ୫୦ରୁ ଅଧିକ ଶିଶୁ କଳାକାର ଏଥିରେ ଯୋଗଦେଇଥିଲେ । ରଜପରୀ ମନୋନୟନ କରିବା ପାଇଁ ମଞ୍ଚ ପକ୍ଷରୁ ନିଯୁକ୍ତ ବିଚାରପତିଙ୍କ ବିଚାରକୁ ଅଣଦେଖା କରିବା ସହ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ରଜପରୀ ମନୋନୀତ କରିଥିଲେ । ଯାହାକି ୪ଦିନ ଧରି ବହୁ ଦୂରଦୂରନ୍ତରୁ ପ୍ରତିଯୋଗିତତାକୁ ଆସି ଭାଗ ନେଇଥିବା ପିଲାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ସେମାନେ ମାନସିକ ଭାବେ ଆଘାତପ୍ରାପ୍ତ ହୋଇଛନ୍ତି । ମହୋତ୍ସବ ଚାଲିଥିବା ସମୟରେ ଆୟୋଜକଙ୍କ ସ୍ୱେଛାଚାରୀତା ବିରୁଦ୍ଧରେ କେତେକ ଅଭିଭାବକ ମଞ୍ଚ ଉପରକୁ ଉଠି ପ୍ରତିବାଦ କରିଥିଲେ । ଫଳରେ ଆୟୋଜକଜଣକ ବେଆଇନ ଭାବରେ ଆଦାୟ କରିଥିବା ଅର୍ଥରାଶୀ ପୁଲିସ ସମ୍ନାରେ ଫେରାଇବାୁ ବାଧ୍ୟ ହୋଇଥିଲେ । ତେଣୁ ସାଂସ୍କୃତିକ ସମାରୋହ ନାମରେ ଶ୍ରୀ ବେହେରା ଶିଶୁମାନଙ୍କ ମାନସିକତା ସହ ଖେଳ ନଖେଳିବାକୁ ଶ୍ରୀ କର ଦାବି କରିବା ସହ ପୁଲିସ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବାକୁ ଦାବି କରିଛନ୍ତି । ଏ ସମ୍ପର୍କରେ ଶ୍ରୀ ବେହେରାଙ୍କୁ  ଯୋଗଯୋଗ କରାଯାଇଥିଲେ ମଧ୍ୟ ଅଭିେଯୋଗର ସତ୍ୟତା ନଥିବା ଓ ବିଚାରକମଣ୍ଡଳୀଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ଥିଲା ବୋଲି ସେ କହିଛନ୍ତି । 

Leave A Reply

Your email address will not be published.