ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ଚଳିତ ଶୀତ ଋତୁରେ ହୀରାକୁଦ ଜଳଭଣ୍ଡାରରେ ୯୮ ପ୍ରଜାତିର ୧ ଲକ୍ଷ ୨୪ ହଜାର ୮୬୪ ପକ୍ଷୀ ଆସିଥିବା ଜଣାପଡିଛି। ଏଥିରେ ୪୧ ପ୍ରଜାତିର ବିଦେଶୀ ପକ୍ଷୀ ଅଛନ୍ତି ବୋଲି ହୀରାକୁଦ ବନ୍ୟ ପ୍ରାଣୀ ଡିଭିଜନ ଡିଏଫଓ ସୁଚନା ଦେଇଛନ୍ତି। ଗତ ବର୍ଷ ତୁଳନାରେ ଚଳିତବର୍ଷ ୨୫ ହଜ଼ାର ପକ୍ଷୀ ଅଧିକ ଆସିଥିବା ଜଣାପଡିଛି।
http://www.youtube.com/watch?v=fhr_lQYw4w8
ଗତ ଗରୁୁବାର ଜଳଭଣ୍ଡାରରେ ବିଦେଶୀ ପକ୍ଷୀଙ୍କ ଗଣନା କରାଯାଇଥିଲା। ବିଦେଶୀ ପକ୍ଷୀଙ୍କ ମଧ୍ୟରେ କମନ କୁଟ, ଲେଜର ହ୍ୱିସିଲିଂ ଡକ, ଗ୍ରେଟ କଧଡ଼ ଗ୍ରୀବସ, ରେଡ ହେଡେଡ ପୋଚାର୍ଡ, କମନ ପୋର୍ଚାଡ ପ୍ରଜାତିର ସଦସ୍ୟଙ୍କ ସଂଖ୍ୟା ସର୍ବାଧିକ ଅଛି। ୩୫୨.୮୫ ବର୍ଗ କିଲମିଟର ପରିମିତ ହୀରାକୁଦ ଜଳଭଣ୍ଡାର ଓ ୧୬.୨୧ ବର୍ଗ କିଲମିଟର ପରିମିତ ପାୱାର ଚେନାଲ ଇଲାକାରେ ପକ୍ଷୀ ଗଣନା କରାଗଲା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହି ପକ୍ଷୀମାନେ ସାଇବେରିଆ, ହିମାଳୟ ଓ କାସ୍ପିଆନସାଗର, ମଙ୍ଗୋଲିଆ, ଆଫଗାନିସ୍ତାନ ଓ ଇରାକରୁ ଗତ ନଭେମ୍ବର ମାସରୁ ଆସିଛନ୍ତି। ଏହି ଚଡ଼େଇମାନେ ମାର୍ଚ୍ଚ ମାସରେ ହଜାର ହଜାର କିଲମିଟର ଦୂର ଦେଶକୁ ଫେରିଯିବେ।