ସାମ୍ବାଦିକ ବିଷ୍ଣୁପ୍ରସାଦ ଦ୍ୱିବେଦୀଙ୍କ ମାତାଙ୍କ ପରଲୋକ I

0

ସମ୍ବଲପୁର,  (ରମାକାନ୍ତ ବିଶ୍ବାଳ): କନକ ନ୍ୟୁଜ’ ସମ୍ବଲପୁର ବ୍ୟୁରୋ ମୁଖ୍ୟ ଭାବେ କାର୍ଯ୍ୟରତ ସାମ୍ବାଦିକ ବିଷ୍ଣୁ ପ୍ରସାଦ ଦ୍ୱିବେଦୀ ଙ୍କ ମାତା ପ୍ରେମ ମଞ୍ଜରୀ ଦ୍ୱିବେଦୀ (୭୧)ଙ୍କ ଗୁରୁବାର ଭିମସାର କୋଭିଡ ହସ୍ପିଟାଲ ରେ  ପରଲୋକ ହୋଇଛି I ଶୁକ୍ରବାର ସ୍ଥାନୀୟ ରାଜଘାଟ ରେ ସ୍ୱର୍ଗତ ପ୍ରେମ ମଞ୍ଜରୀଙ୍କ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଛି I 

 ଅବିଭକ୍ତ ସମ୍ବଲପୁର ଜ଼ିଲ୍ଲା  ଦେବଗଡ଼ ଶାସନ ସାହି ର ସ୍ଵର୍ଗତ ନିରାକାର ଦ୍ବିବେଦୀ ଙ୍କ ପତ୍ନୀ ପ୍ରେମ ମଞ୍ଜରୀ ଦ୍ବିବେଦୀ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ । ତାଙ୍କୁ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରା ଯାଉଥିଲା I ଅବସ୍ଥା ଗୁରୁତର ହେବାରୁ ଗତ ୫ ତାରିଖ ଦିନ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଦେବଗଡ଼ ଡାକ୍ତରଖାନାରେ ଭର୍ତ୍ତି  ପୂର୍ବରୁ ତାଙ୍କ କୋଭିଡ଼ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ଭିମସାରରେ ପୁନଃପରୀକ୍ଷା ପରେ ଏହା ପଜିଟିଭ୍ ବାହାରିଥିଲା। ଏହାପରେ ତାଙ୍କୁ କୋଭିତ୍ ହସ୍‌ପିଟାଲ୍ ଆଇସିୟୁରେ ରଖି ଚିକିତ୍ସା କରା ଯାଉଥିଲା I  ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ସଂଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି । ସ୍ୱର୍ଗତା ଦ୍ବିବେଦୀ ଜଣେ ଧର୍ମ ପରାୟଣା ମହିଳା ଥିଲେ ଓ ଦେବଗଡ଼ ସହର ବିଭିନ୍ନ ଧାର୍ମିକ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ । ତାଙ୍କର ତିନି ପୁଅ ଉଦିତ, ମାନସ ରଞ୍ଜନ, ବିଷ୍ଣୁପ୍ରସାଦ, ଦୁଇ ବୋହୁ, ଦୁଇ ଝିଅ, ନାତି, ନାତୁଣୀ ଅଛନ୍ତି। ଦ୍ବିତୀୟ ପୁତ୍ର ମାନସ ରଞ୍ଜନ ଦେବଗଡ଼ର ଏମବିସି ଟିଭି ସାମ୍ବାଦିକ ଭାବେ କାର୍ଯ୍ୟରତ I 

 ଅନ୍ତିମ ସଂସ୍କାର ସମୟରେ ସହର ର ବିଶିଷ୍ଟ  ମାନ୍ୟ ଗଣ୍ୟ ବ୍ୟକ୍ତି ଙ୍କ ସମେତ ଅନେକ ସାମ୍ବାଦିକ ରାଜଘାଟ ପହଂଚି ଶେଷ ଦର୍ଶନ କରିଥିଲେ I ବଡ଼ ପୁଅ ଉଦିତ ମୁଖାଗ୍ନି ଦେଇଥିଲେ I ଏହି ଅବସରରେ ସାମ୍ବାଦିକ ଶ୍ରବଣ ପତି, ବିରାଜ ମିଶ୍ର, ଅମଳେନ୍ଦୁ ନାୟକ, ସତ୍ୟଜିତ ମହାପାତ୍ର, ବାଦ ସାହା ଦୁସମନ ରଣା ପ୍ରମୁଖ ଉପସ୍ଥିତ ରହି ଶୋକ ସନ୍ତପ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଥିଲେ I

Leave A Reply

Your email address will not be published.