ଶ୍ରୀମନ୍ଦିର ପ୍ରବେଶ ସମୟରେ କରୋନା ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତା ମୂଳକକୁ ସେବାୟତ ସଂଘ ପକ୍ଷରୁ ବିରୋଧ

0

ବାରିପଦା(ଦିଲ୍ଲୀପ ମହାନ୍ତି )- କରୋନା ମହାମାରୀ ମୁକାବିଲା ନିମନ୍ତେ ଦୀର୍ଘ ୯ ମାସରୁ ଅଧିକ ସମୟ ଧରି ବନ୍ଦ ରହିଥିବା ସମସ୍ତ ମଠ ମନ୍ଦିରଗୁଡ଼ିକ କରୋନା ସଂକ୍ରମଣ ହ୍ରାସ ପାଇବା ପରେ  ପୁରୀ ଶ୍ରୀମନ୍ଦିର ସହିତ ସମସ୍ତ ମଠ ମନ୍ଦିର ଖୋଲିବା ସହ ଭକ୍ତମାନେ ମନ୍ଦିର ଭିତରେ ଠାକୁରଙ୍କୁ ଦର୍ଶନ  ନିମନ୍ତେ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି । ଏହି ସମୟରେ ଶ୍ରୀମନ୍ଦିର ଭିତରକୁ ଭକ୍ତମାନଙ୍କ ପ୍ରବେଶ ସମୟରେ କରୋନା ନେଗେଟିଭ ରିପୋର୍ଟ ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି । ଯାହାକୁ ଓଡ଼ିଶା ସେବାୟତ ସଂଘ ପକ୍ଷରୁ ବିରୋଧ କରାଯାଇଛି । ଆଜି ବାରିପଦାଠାରେ ସେବାୟତ ସଂଘର ସଭାପତି କାମେଶ୍ୱର ତ୍ରିପାଠୀ ଏକ ସାମ୍ବାଦିକ  ସମ୍ମିଳନୀ ମାଧ୍ୟମରେ ଏହି ଦାବି କରିଛନ୍ତି । ଏଥି ସହିତ ମହାପ୍ରଭୂଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାର ପରବର୍ତ୍ତି ସମୟରେ ସରକାର କରୋନା ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ କରାଇନଥିଲେ କାହିଁ ବୋଲି ସେବାୟତ ସଂଘ ସଭାପତି ଶ୍ରୀତ୍ରିପାଠୀ ପ୍ରଶ୍ନ ଉଠାଇଛନ୍ତି । ବର୍ତ୍ତମାନ ଓଡ଼ିଶା ସରକାରଙ୍କ ରିପୋର୍ଟ ଅନୁସାରେ ରାଜ୍ୟରେ କରୋନାର ପ୍ରଭାବ ମାତ୍ରାଧିକ ଭାବେ ହ୍ରାସ ପାଇଥିବା ସମୟରେ ମନ୍ଦିର ଭିତରକୁ ଭକ୍ତମାନଙ୍କ ପ୍ରବେଶ ସମୟରେ କରୋନା ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ କରାଯିବା ବଦଳରେ ଥର୍ମାଲ ସ୍କ୍ରିନିଂ ପରୀକ୍ଷା କରାଯିବା ସହିତ ସର୍ବନିମ୍ନ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଆଦି ଅନୁପାଳନ ପୂର୍ବକ ଭକ୍ତମାନଙ୍କୁ ଶ୍ରୀମନ୍ଦିର   ପ୍ରବେଶ ନିମନ୍ତେ ଅନୁମତି ପ୍ରଦାନ ନିମନ୍ତେ ସେବାୟତ ସଂଘ ସଭାପତି ଶ୍ରୀତ୍ରିପାଠୀ  ବାରିପଦାର ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ମନ୍ଦିର ସମ୍ମୁଖରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କ ଜରିଆରେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଇଛନ୍ତି । 

 

 

 

Leave A Reply

Your email address will not be published.