ରେଙ୍ଗାଲି ନାଗରିକ କିୟାନୁଷ୍ଠାନ କମିଟି ପକ୍ଷରୁ ଧନବାଦ ଏଲେପି ଏକ୍ସପ୍ରେସର ପୁନଃ ରହଣି ପାଇଁ ରେଙ୍ଗାଲି ବନ୍ଦ ସହ ରେଲ ରୋକୋ।

0 1

ରେଙ୍ଗାଲି,(ରମାକାନ୍ତ ବିଶ୍ବାଳ)– ରେଙ୍ଗାଲୀ ରେଲଷ୍ଟେସନ ରେ ଧାନବାଦ -ଏଲେପ ଟ୍ରେନ ରହଣ ଦାବିରେ ଆଜି ରେଙ୍ଗାଲୀ ବନ୍ଦ ଡାକରା ଦେଇଛି ରେଙ୍ଗାଲୀ ନାଗରିକ କ୍ରିୟାନୁଷ୍ଠାନ କମିଟି । କରୋନା ସକାଶେ ଟ୍ରେନ ଚଳାଚଳ ଗତ ମାର୍ଚ୍ଚ ମାସରୁ ବନ୍ଦ ହୋଇଥିଲା। 

ଏହାପରେ ଗତମାସରୁ ବିଭିନ୍ନ ସ୍ବତନ୍ତ୍ର ଟ୍ରେନ ଚାଲିବା ଆରମ୍ଭ କରିଛି। ତେବେ, ଧାନବାଦ-ଏଲେପି ସତନ୍ତ୍ର ଟ୍ରେନର ରେଙ୍ଗାଲି ଷ୍ଟେସନରେ ରହଣୀ ନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଅଞ୍ଚଳବାସୀ ବହୁବାର ରେଲ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଙ୍କ ସହ ଆଳୋଚନା କରିଥିଲେ ମଧ୍ୟ କୋଣଷି ସୁଫଳ ମିଳିନାହିଁ । ଏହାର ପ୍ରତିବାଦ ରେ ଟ୍ରେନ ରହଣୀ ଦାବିକରି ରେଙ୍ଗାଲି ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ରେଙ୍ଗାଲିରେ ରେଳରୋକୋ ସହ ରେଙ୍ଗାଲି ବନ୍ଦ ଡାକରା  ଦିଆଯାଇଛି।

ଏହି ରେଳ ରୋକୋ ଆଜି ସକାଳ ସାଢେ 7 ରୁ ଆରମ୍ଭ ହୋଇଛି।ଏହା ଫଳରେ ଏହି ରୁଟ ରେ ଟ୍ରେନ ଚଳା ଚଳ ବାଧାପ୍ରାପ୍ତ ହୋଇଛି। ଏହା ସହ ଟ୍ରେନ ରହଣି ଦାବି କୁ ସମର୍ଥନ କରି ଆଜି ରେଙ୍ଗାଲୀ ଅଞ୍ଚଳର ବ୍ୟବସାୟ ମାନେ ରେଙ୍ଗାଲୀ ସହରର ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ  କରିଥିଲେ ।

http://www.youtube.com/watch?v=euAqW-K5ogw 

ରେଙ୍ଗାଲି ନାଗରିକ କିୟାନୁଷ୍ଠାନ କମିଟି ପକ୍ଷରୁ ଧନବାଦ ଏଲେପି ଏକ୍ସପ୍ରେସର ପୁନଃ ରହଣି ପାଇଁ ରେଙ୍ଗାଲି ବନ୍ଦ ସହ ରେଲ ରୋକୋ ଆନ୍ଦୋଳନ ରେ ରେଙ୍ଗାଲି ନାଗରିକ କିୟାନୁଷ୍ଠାନ କମିଟି ପକ୍ଷରୁ କମିଟି ଆବାହକ ଅନ୍ତର୍ଯ୍ୟାମୀ ପାଣିଙ୍କ ସମେତ  ରେଙ୍ଗାଲି ପୂର୍ବତନ ବିଧାୟକ ଦୁର୍ଯୋଧନ ଗର୍ଡିଆ, ରେଙ୍ଗାଲି ବିଧାୟକ ନାଉରି ନାଏକ,କୁଚିଣ୍ଡା ବିଧାୟକ କିଶୋର ନାଏକଙ୍କ ସହ ରେଙ୍ଗାଲି କ୍ରିୟାନୁଷ୍ଠାନ କମିଟିର ସମସ୍ତ କର୍ମକର୍ତ୍ତା ଆନ୍ଦୋଳନରେ ସାମିଲ ଅଛନ୍ତି।

Leave A Reply

Your email address will not be published.