ଆପ୍ ଗଜପତି ତରଫରୁ ବନ୍ଧୁ ମିଳନ : ରା.ଉଦୟଗିରି ବ୍ଳକ୍, ରାୟଗଡ଼ ବ୍ଳକ୍ ଓ ଗୋଷାଣୀ ବ୍ଳକରୁ ନୂତନ ସାଥି ଦଳରେ ସାମିଲ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆପ୍ ଗଜପତି ତରଫରୁ ରାମ ସାଗର ଛକ ନିକଟସ୍ଥ ମହିଳା ଶାଖା ସଭାନେତ୍ରୀ ଶୈଳବାଳା ପଣ୍ଡାଙ୍କ ଘର ପରିସରରେ ନୂତନ ବର୍ଷ ଉପଲକ୍ଷେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତ, ଜିଲ୍ଲା ମହିଳା ଶାଖା ସଭାନେତ୍ରୀ ଶୈଳବାଳା ପଣ୍ଡା ଓ ଅନ୍ୟ ବରିଷ୍ଠ ସାଥୀ ମାନଙ୍କ ଉପସ୍ଥିତିରେ ରା.ଉଦୟଗିରି ବ୍ଳକ୍ , ରାୟଗଡ଼ ବ୍ଳକ୍ ଓ ଗୋଷାଣୀ ବ୍ଳକ୍ ରୁ ବିଜୟ କୁମାର ସିଂ, କୁଞ୍ଜବିହାରୀ ପ୍ରଧାନୀ, ତ୍ରିନାଥ ପୂଜାରୀ, କୃଷ୍ଣ ବଡ଼ ରଇତ, ସୁରେଶ ପାଇକ, ଦୁର୍ଗା ପ୍ରସାଦ ପଟ୍ଟନାୟକ , ତିଆଲୁ ସୋମେଶ୍ୱର ରାଓ,ଜାନି ବୈରାଗୀ, ମନୋଜ କୁମାର ବାରିକ ପ୍ରମୁଖ ନୁଆ ସାଥୀ ଦିଲ୍ଲୀରେ ଆପ୍ ସରକାରଙ୍କ କାମ ରେ ଆକୃଷ୍ଟ ହୋଇ ଦଳରେ ସାମିଲ ହୋଇଥିଲେ ।

 ଦଳ ତରଫରୁ ଆଗାମୀ ଦିନର ଜିଲ୍ଲାରେ ବିଭିନ୍ନ ସମସ୍ୟା ସମାଧାନ ଦିଗରେ କାମ କରିବା ସହିତ ଅଧିକ ରୁ ଅଧିକ ନୂତନ ସଦସ୍ୟଙ୍କୁ ଦଳରେ ସାମିଲ କରାଯାଇ ଜିଲ୍ଲାରେ ଦଳୀୟ ସଂଗଠନ କୁ ମଜଭୁତ କରାଯିବ ପାଇଁ ଆଲୋଚନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କିଶୋର ଚନ୍ଦ୍ର ଗୁରୁ , ଲିଙ୍ଗରାଜ ପାଣିଗ୍ରାହୀ , ତ୍ରିନାଥ ଅଧିକାରୀ , ଲୋଗସ୍ ଦାସ ବର୍ଦ୍ଧନ ,ଏସ୍.କେ.ମୋଜିବ , ଦେବେନ୍ଦ୍ରନାଥ ଜମାଦାର , ଚକ୍ରଧର ନାୟକ , ତ୍ରିନାଥ ପଟ୍ଟନାୟକ , ଲୋକନାଥ ଭୁକ୍ତା ପ୍ରମୁଖ ଜିଲ୍ଲା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.