ତାଳଦଣ୍ଡା କେନାଲ ଉନ୍ନତିକରଣ କାର୍ଯ୍ୟ ତଦାରଖ କଲେ ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ 

0

ନରାଜ ବ୍ୟାରେଜର ପ୍ରସ୍ତାବିତ  ପାରିପାଶ୍ୱିର୍କ ବିକାଶ ନେଇ ଆଲୋଚନା

ଭୁବନେଶ୍ୱର (ଶାସକ ପ୍ରଶାସକ) : ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ପୂର୍ବାହ୍ନରେ  କଟକର ତାଳଦଣ୍ଡା କେନାଲର ଉନ୍ନତିକରଣ କାର୍ଯ୍ୟ ତଦାରଖ କରିଥିଲେ । ତାଳଦଣ୍ଡା କେନାଲର ଜଳ ପ୍ରବାହ କ୍ଷମତା ବୃଦ୍ଧି ପାଇଁ  ଯୋବ୍ରା ଆନିକଟଠାରୁ ରାଣୀହାଟ ପର୍ଯ୍ୟନ୍ତ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗରେ କରାଯାଉଥିବା ଲାଇନିଂ କାର୍ଯ୍ୟର  ସେ ଅନୁଧ୍ୟାନ କରିଥିଲେ । ଏହାପରେ ସେ ଓଡିଶା ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟ  ପରିଦର୍ଶନ କରି  ସଂଗ୍ରହାଳୟର ବିଭିନ୍ନ ଉନ୍ନୟନ କାର୍ଯ୍ୟ  ସଂପର୍କରେ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ । ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ ଏହି  ପରିପ୍ରେକ୍ଷୀରେ ଉପସ୍ଥିତ ଥିବା କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ଅନିଲ କୁମାର ସାମଲ, କଟକ ମହାନଗର ନିଗମ କମିଶନର ଶ୍ରୀମତୀ ଅନନ୍ୟା ଦାସ, ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀଙ୍କ ସହିତ  ଜଳ ସମ୍ପଦ  ବିଭାଗର  ସର୍ବୋଚ୍ଚ ଯନ୍ତ୍ରୀ , ଓ.ସି.ସିର ପରିଚାଳନା ନିର୍ଦ୍ଦେଶକ ଏବଂ ଜଳ ସମ୍ପଦ ବିଭାଗର ଅନ୍ୟାନ୍ୟ ଯନ୍ତ୍ରୀ ପ୍ରମୁଖଙ୍କ ସହିତ ଉଭୟ  କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ  କଟକ ଗସ୍ତ ପରିପ୍ରେକ୍ଷୀରେ  ମଧ୍ୟ  ନରାଜ ବ୍ୟାରେଜ ପରିଦର୍ଶନ କରି ଏହାର ପ୍ରସ୍ତାବିତ ପାରିପାର୍ଶ୍ଵିକ ବିକାଶ  ସଂପର୍କରେ ସ୍ଥିତି ଅନୁଧ୍ୟାନ କରି ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । 

 

Leave A Reply

Your email address will not be published.