ରଜ ମହୋତ୍ସବ ପାଳିତ

0 1

17-06-18-jajpur-1.jpg - 79.71 kB

ଯାଜପୁରରୋଡ୍ (ଜୟଶଙ୍କର ଦାଶ) : ବ୍ୟାସନଗରସ୍ଥିତ ହୋଟେଲ ରୟାଲ କଳିଙ୍ଗଠାରେ ସାତଭିନ  ସ୍କିଲସ୍ ଓ ବ୍ଲାକ୍ ପାନ୍ଥର ସ୍କିଲ ଟ୍ରେନର୍ସର ମିଳିତ ଆନୁକୂଲ୍ୟରେ ରଜ ମହୋତ୍ସବ ପାଳିତ ହୋଇଯାଇଛି । ଏଥିରେ ସାତଭିନ ସ୍କିଲସର ପରିଚାଳକ ପ୍ରିୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବ୍ୟାସନଗରର ପୂର୍ବତନ ପୌରାଧ୍ୟକ୍ଷା  ବନ୍ଦିତା ପରିଡ଼ା ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହ ସ୍କିଲସ୍ ସମ୍ବନ୍ଧରେ ସମସ୍ତଙ୍କୁ ପ୍ରବର୍ତ୍ତାଇଥିଲେ । ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ବ୍ୟାସନଗର ଓକିଲ ସଂଘର ସମ୍ପାଦକ ରବୀନ୍ଦ୍ର ନାୟକ ଓ ସାମ୍ବାଦିକ ଜ୍ଞାନରଞ୍ଜନ ଓଝା ସାମିଲ ଥିଲେ । ଏହି ଉତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଛାତ୍ରଛାତ୍ରୀ ବିଭିନ୍ନ ପିଠା ଓ ପାନର ପ୍ରସ୍ତୁତି କରିଥିଲେ । ରଜ ଏଭଳି ଏକ ପର୍ବ ଯାହାକି ଓଡ଼ିଆମାନଙ୍କୁ ଏକାଠି କରିବାର ଏକ ବାର୍ତ୍ତା ବୋଲି ପ୍ରିୟବ୍ରତ ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ ।

 ଅନ୍ୟତମ ସହଯୋଗୀ ଭାବେ ସୁଶ୍ରୀ ଭାଗ୍ୟଲକ୍ଷ୍ମୀ ନାୟକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସାତ୍ଭିନ ସ୍କିଲସ ଓ ବ୍ଲାକ ପାନ୍ଥରର ଶ୍ରୀକାନ୍ତ ସାହୁ, ପୃଥ୍ୱୀରାଜ ପହି, ରାଜେନ୍ଦ୍ର ମହାନ୍ତି, ଅବିନାଶ ନାୟକ, ଅମର ବିଶ୍ୱାଳ, ସୁମିତା ଅୟାଲ, ସବିତା ବେହେରା, ଲିପ୍ସା ମହାନ୍ତି, ରେଖାଶ୍ରୀ ମହାନ୍ତି, ରାକ୍ଷୀ ସାହୁ, କଳିଙ୍ଗ କେଶରୀ ସିଂ, ପାର୍ବତୀ ମାଝୀ, ବିକାଶ ଜେନା ପ୍ରମୁଖ ଯୋଗ  ଦେଇଥିବାବେଳେ ବହୁ ସଂଖ୍ୟାରେ ମହିଳା ଯୋଗଦେଇଥିଲେ । ପରିଶେଷରେ ଅର୍ପିତା ପ୍ରିୟଦର୍ଶିନୀ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।

 

Leave A Reply

Your email address will not be published.