ବରଗଡ :- ରକ୍ତଦାନ ଜୀବନ ଦାନ । ରାଜ୍ୟରୁ ରକ୍ତ ଅଭାବକୁ ଦୂର କରିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ରାଜ୍ୟ ବାସୀଙ୍କୁ ଅନୁରୋଧ କରୁଛନ୍ତି । ଓଡିଶା ମୋ ପରିବାର ତରଫରୁ ବିଭିନ୍ନ ସ୍ଥାନରେ ଜୀବନ ବିନ୍ଦୁ କାର୍ଯକ୍ରମ ମାଧ୍ୟମରେ କ୍ରମାଗତ ଭାବରେ ରକ୍ତଦାନ ଶିବିରର ଆୟୋଜନ କରାଯାଉଛି । ଏହିକ୍ରମରେ ଆଜି ବିଜେପୁର ଠାରେ ଏକ ଶିବିରର ଆୟୋଜନ କରାଯାଇଥିଲା । ବିଜେପୁରର ଚାରପାଲି ଠାରେ ଓଡିଶା ମୋ ପରିବାର ଆନୁକୂଲ୍ୟ ଓ ଆୟୋଜକ ବିଜୁ ଯୁବ ଜନତା ଦଳ ବିଜେପୁର ଦ୍ଵାରା ନବ ବର୍ଷରେ ଏହି ପ୍ରଥମ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ବିଜେପୁର ବିଧାୟିକା ଶ୍ରୀମତି ରିତା ସାହୁ ଯୋଗ ଦେଇ ଉଦଘାଟନ କରିଥିଲେ। ଏହି ଶିବିରରେ ଓଡ଼ିଶା ମୋ ପରିବାର ର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ, ବରିଷ୍ଠ ବିଜେଡି ଜିଲ୍ଲା ଉପସଭାପତି ଶ୍ରୀ ଜନାର୍ଦ୍ଦନ ପାଣିଗ୍ରାହୀ,ଶ୍ରୀ ଗତି ମିଶ୍ର, ବିଜେପୁର ବ୍ଲକ୍ ଯୁବ ସଭାପତି ଶ୍ରୀ ସରଜନ ଚିରଗୁଣ, ଶ୍ରୀମତି ଶକୁନ୍ତଳା ମହାପାତ୍ର, ଶ୍ରୀ ଦେବାନନ ଗଡ଼ତିଆ, ସରପଞ୍ଚ ଶ୍ରୀ ଦେବେନ୍ଦ୍ର ସାହୁ, ସୌମ୍ୟ ରଂଜନ ସାହୁ, ଶ୍ରୀ ଅଶୋକ ମାହାନା, ଅକ୍ଷୟ ଗଡ଼ତିଆ ଓ ତୋଷବନ୍ତ ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶିବିର ରେ ସର୍ବମୋଟ ୪୦ ୟୁନିଟ ରକ୍ତ ବରଗଡ ଭ୍ରାମ୍ୟମାଣ ଯାନ ଦ୍ବାରା ସଂଗୃହୀତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.