“କନ୍ୟା ଅଲୋଡା” ମାନସିକତା ନା କାହାର ପାପ ଘୋଡାଇବାର ଅପଚେଷ୍ଟା !!!

0
  • ରାସ୍ତାପାର୍ଶ୍ଵରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

  • କେମିତି ସେ ମା, ତାକୁ ମରଣ ହେଉନି ଯାହା 

  • କେମିତି ତା ହାତ ଗଲା ଫିଙ୍ଗି ଦେବାକୁ ଜନ୍ମକଲା ଶିଶୁକନ୍ୟାକୁ 

  • କାନ୍ଦ ଶୁଣି ଉଦ୍ଧାର କରିଥିଲେ ଗାଈ ଜଗୁଆଳ ମହିଳା 

  • ଉଦ୍ଧାର ପରେ ଚିକିତ୍ସା ପାଇଁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି 

ମାଲକାନଗିରି(ବି ଶ୍ରୀନିବାସ ପାତ୍ର) ଜିଲ୍ଲା ତଣ୍ଡାପାଲ୍ଲୀ ଜଙ୍ଗଲରୁ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି । ଗାଈ ଚରାଉଥିବା ବେଳେ ଏକ ମହିଳା ଏହି ଶିଶୁଟିକୁ ଦେଖି ଉଦ୍ଧାର କରିଥିଲେ । ଖବର ପାଇ ଚାଇଲଡ଼ ହେଲ୍ପ ଲାଇନ ସଦସ୍ୟ ଶିଶୁ କନ୍ୟାଟିକୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଛନ୍ତି । ମାଲକାନଗିରି ଜିଲ୍ଲାରୁ ମାତ୍ର ୮ କିମି ଦୂରରୁ ତଣ୍ଡାପାଲ୍ଲୀ ଛକ ନିକଟରେ ରହିଥିବା ଏକ ଜଙ୍ଗଲରୁ ଏହି ନବଜାତ ଶିଶୁ କନ୍ୟାକୁ କେହି ଫୋପାଡ଼ି ଦେଇ ଚାଲିଯାଇଥିବା ଦେଖିବାକୁ ମିଳିଛି ।ତେବେ ଏହି ଜଙ୍ଗଲରେ ଗାଈ ଚରାଉଥିବା ଏକ ମହିଳା ପିଲାର କାନ୍ଦ ଶୁଣିଥିଲେ । ପରେ ସେହି ମହିଳାଠୁ ଖବର ପାଇ  ପୋଲିସ ଓ ଚାଇଲଡ଼ ଲାଇନ ଘଟଣାସ୍ଥଳରେ ପହଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରି ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କେଉଁ ପରିସ୍ଥିତିରେ ଏହି ଶିଶୁ କୁ ଏଠାରେ କିଏ ଏବଂ କାହିଁକି ଛାଡ଼ି ଗଲା ତଦନ୍ତ ପରେ ଜଣାପଡିବ ବୋଲି ମାଲକାନଗିରି ଥାନା ଆଇଆଇସି ରାମ ପ୍ରସାଦ ନାଗ କହିଛନ୍ତି ।ହେଲେ ଲୋକଙ୍କ ଭିତରେ ଚର୍ଚା ଯେ, ଏହା  “କନ୍ୟା ଅଲୋଡା” ଭଳି ରୁଗ୍ଣ ମାନସିକତା  ନା କାହାର ପାପ ଘୋଡାଇବାର ଅପଚେଷ୍ଟା ! ସତରେ କେମିତି ସେ ମାର ହାତ ଗଲା ଫିଙ୍ଗି ଦେବାକୁ ଜନ୍ମକଲା ଶିଶୁକନ୍ୟାକୁ ! 

Leave A Reply

Your email address will not be published.