ବୁଲିଲା ସବୁଜ  ମହାନଦୀ ମିଶନ୍‌ ସଚେତନତା ରଥ

0 1

 

 ବଲାଙ୍ଗୀର/  ନିରୋଜ ମିଶ୍ର  ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ସବୁଜ ମହାନଦୀ ମିଶନ୍‌ ସଚେତନତା ରଥ ବୁଧବାରଠାରୁ ବଲାଙ୍ଗୀର ଜିଲାରେ ବୁଲିବା ଆରମ୍ଭ କରିଛି। ବଲାଙ୍ଗୀର ବନଖଣ୍ଡ ଡିଏଫ୍‌ଓ ସମୀର କୁମାର ଶତପଥୀ ସବୁଜ ମହାନଦୀ ମିଶନ୍‌ ସଚେତନତା ରଥକୁ ଉଦଘାଟନ କରିଥିଲେ। ମହାନଦୀର ପ୍ରମୁଖ ଶାଖାନଦୀ ତେଲନଦୀ ବଲାଙ୍ଗୀର ଜିଲାରେ ପ୍ରବାହିତ ହେଉଛି । ଏହି ଯୋଜନା ମୁତାବକ ତେଲନଦୀର ଉଭୟ ପାର୍ଶ୍ୱରେ ନଦୀକୂଳଠାରୁ ୧ କିଲୋମିଟର ପର୍ଯ୍ୟନ୍ତ ବୃକ୍ଷରୋପଣ କରି ସବୁଜ ବଳୟ ସୃଷ୍ଟି କରାଯିବ । ଏହି ସଚେତନତା ରଥ ବଲାଙ୍ଗୀର ଜିଲାର ଦେଓଗାଁ , ଗୁଡଭେଲା, ସଇଁନ୍ତଲା ଓ ଟିଟିଲାଗଡ ବ୍ଳକ୍‌ରେ ପରିକ୍ରମା କରିବ ବୋଲି ଡିଏଫ୍‌ଓ ଶତପଥୀ ସୂଚନା ଦେଇଥିଲେ | ଏହି ଅବସରରେ ବଲାଙ୍ଗୀର ରେଞ୍ଜର ବିଜୟ କୁମାର ଖୁଣ୍ଟିଆ, ରାଜୁ ବେହେରାଙ୍କ ସହ ଅନ୍ୟ  ରେଞ୍ଜର ବନପାଳ ଓ ରେଞ୍ଜର ଉପସ୍ଥିତ ଥିଲେ। ଏହି ସଚେତନତା ରଥ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଗାଁ ଗାଁ  ବୁଲି ଲୋକଙ୍କୁ ସଚେତନ କରିବ।

 

Leave A Reply

Your email address will not be published.