କଣ୍ଟାମାଳବ୍ଲକର ବିଭିନ୍ନ ପଞ୍ଚାୟତରେ ସହଭାଗି କାର୍ଯ୍ୟକ୍ରମ

0

15-06-18-bauda-sahabhagi.jpg - 91.38 kB

 

କଣ୍ଟାମାଳ, ବୌଦ୍ଧ (ବଂଶିଧର ମାଝୀ/ସିମୁନ ନାଏକ) :  ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୂଖୀ ଯୋଜନା ମମତା ଠାରୁ ଆରମ୍ଭ କରି ହରିଶ୍ଚନ୍ଦ୍ର ସଂପର୍କରେ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ଆରମ୍ଭ ହୋଇଥିବା ସହଭାଗି ଏବଂ ଗ୍ରାମ୍ୟ ଯୋଗାଯୋଗ କାର୍ଯ୍ୟକ୍ରମ କଣ୍ଟାମାଳ ବ୍ଳକ ସଦର କଣ୍ଟାମାଳ ଓ ବରଗାଁ  ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ  ହୋଇ ଯାଇଛି । ପ୍ରତ୍ୟେକଟି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ  ଅଧ୍ୟକ୍ଷା ଯଜେ୍ଞଶ୍ୱରୀ  ପ୍ରଧାନ, ସଂପୃକ୍ତ ପଞ୍ଚାୟତର ସରପଞ୍ଚ ପରମେଶ୍ୱର ଖଟୁଆ, ବେଲମତୀ ସେଠୀ ସମେତ ନାଏକ ସରପଞ୍ଚ, ୱାର୍ଡ ସଭ୍ୟ ସଭ୍ୟାଙ୍କ ଉପସ୍ଥିତିରେ ଏକ ସଚେତନତା ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିବା ବେଳେ ପଞ୍ଚାୟତ ପରିସରରେ ସଚେତନତା ସଭା ଅନୁଷ୍ଠିତ  ହୋଇ ଥିଲା । ଅନୁଷ୍ଠିତ ସଭାରେ ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ଦିବ୍ୟଶଙ୍କର ରାଉତ , ବ୍ଳକ ସଭାପତି ଧର୍ମେନ୍ଦ ରଣା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ହେମନ୍ତକୁମାର ନାଏକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ହିମାଂଶୁ ସେଠୀ, ପ୍ରାଣବନ୍ଧୁ ସାହୁ ପ୍ରମୁଖ ଅତିଥିଭାବେ ଯୋଗ ଦେଇ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସଂପର୍କରେ ଜନସଚେତନତା କରିବା ସହ ଏହାରି ସୁଫଳ ଲୋକଙ୍କ ପାଖରେ ପହଞ୍ଚିବା ନେଇ କଳାସଂସ୍କୃତି ସଂଘ ମାଧ୍ୟମରେ ସଚେତନତା କରିବା ଏକ ବଳିଷ୍ଠ  ମାଧ୍ୟମ ବୋଲି କହିଥିଲେ । ଏହି ଅବସରରେ ଅନୁଷ୍ଠିତ  ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସଂପର୍କୀତ ବାର୍ତ୍ତା ପ୍ରଦାନ କରାଯାଇ ଥିଲା । ସଂପୃକ୍ତ ପଞ୍ଚାୟତର ଗ୍ରାମ ରୋଜଗାର ସେବକ, ଯୋଗାଣ ସହାୟକ, କର୍ମଚାରୀ, ସାମାଜିକ କର୍ମୀ ଗଣେଶ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।   

 

Leave A Reply

Your email address will not be published.