ଭୁବନେଶ୍ୱର(ଶାସକ ପ୍ରଶାସକ) : କିଟ୍ ବିଶ୍ୱବିଦ୍ୟାଳୟକୁ ୧୩ତମ କ୍ୱାଲିଟି କାଉନ୍ସିଲ୍ ଅଫ୍ ଇଣ୍ଡିଆ (କ୍ୟୁସିଆଇ)- ଡିଏଲ୍ ଶାହ କ୍ୱାଲିଟି ରୌପ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀଠାରେ କ୍ୟୁସିଆଇ-ଡିଏଲ୍ ଶାହ ଟ୍ରଷ୍ଟ ପକ୍ଷରୁ ଗୁରୁବାର ଅନୁଷ୍ଠିତ ୩ୟ ଭର୍ଚୁଆଲ୍ କନ୍କ୍ଲେଭ୍ରେ କିଟ୍ ବିଶ୍ୱବିଦ୍ୟାଳୟକୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ଏହି ପୁରସ୍କାର ଗ୍ରହଣ କରିଥିଲେ। ଏସ୍ଏପିର ସଫଳ କାର୍ଯ୍ୟକାରୀ ପାଇଁ କିଟ୍ ବିଶ୍ୱବିଦ୍ୟାଳୟକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ବିଭିନ୍ନ କ୍ୟାଟେଗୋରୀ ମଧ୍ୟରୁ ଶିକ୍ଷା କ୍ଷେତ୍ରରେ ପଞ୍ଜାବର ଚିତ୍କାରା ବିଶ୍ୱବିଦ୍ୟାଳୟ ଏବଂ ସିଏମ୍ସି ଭେଲୋର, କେଜି ହସ୍ପିଟାଲ୍ ଆଣ୍ଡ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ଇନ୍ଷ୍ଟିଚ୍ୟୁଟ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଏହି ପୁରସ୍କାର ପାଇବାରେ କିଟ୍ ହେଉଛି ପୂର୍ବଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ। ଏହି ପୁରସ୍କାରର ଚୟନ ପ୍ରକ୍ରିୟା ୫ଟି ପର୍ଯ୍ୟାୟ ଦେଇ କରାଯାଇଥାଏ। ଏହାକୁ ଏନ୍ବିକ୍ୟୁପି / କ୍ୟୁସିଆଇ ଓ ଡିଏଲ୍ ଶାହ ଟ୍ରଷ୍ଟର ବିଶେଷଜ୍ଞ କମିଟି ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି ପୁରସ୍କାର ପାଇବା ପାଇଁ ଯୋଗ୍ୟ ଅନୁଷ୍ଠାନ ଚୟନ କରିଥାନ୍ତି। ସୂଚନାଯୋଗ୍ୟ, ଏସ୍ଏପି କାର୍ଯ୍ୟକାରୀ କରିବା କ୍ଷେତ୍ରରେ କିଟ୍ ହେଉଛି ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ। ୨୦୧୩ ମସିହାରୁ କିଟ୍ ତାର ବିଭିନ୍ନ ସ୍କୁଲ୍ରେ ସ୍କୁଲ୍ ଏବଂ ସମସ୍ତ ବିଭାଗରେ ଏସ୍ଏପି କାର୍ଯ୍ୟକାରୀ କରିଆସୁଛି। ବିଭିନ୍ନ ମାନକକୁ ନେଇ ଏହି ଚୟନ ପ୍ରକ୍ରିୟା କରାଯାଇଥାଏ। ସେଥି ମଧ୍ୟରେ ପ୍ରୋବ୍ଲେମ୍/ସଲ୍ୟୁସନ୍ କ୍ଲାରିଟି, ଡାଟା ସୋର୍ସ ଓ କଲେକ୍ସନ, ଟେକ୍ନିକାଲ୍ ଆପ୍ରୋଚ୍, ଟିମ୍ ୱାର୍କିଂ, ସମସ୍ୟା ଚିହ୍ନଟ ଓ ପ୍ରକଳ୍ପର ପ୍ରଭାବ, ସାମାଜିକ ଅର୍ଥନୈତିକ ଓ ପରିବେଶ ଭିତ୍ତିକ ଉପକାର ଆଦି ମାନକକୁ ଭିତ୍ତିକରି ଏହି ଚୟନ କରାଯାଇଥାଏ। କ୍ୱାଲିଟି କାଉନ୍ସିଲ୍ ଅଫ୍ ଇଣ୍ଡିଆ ହେଉଛି ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟର ଇଣ୍ଡଷ୍ଟ୍ରିଆଲ୍ ପଲିସି ଓ ପ୍ରମୋସନ ବିଭାଗ ଅଧୀନସ୍ଥ ଏକ ସ୍ୱୟଂ ଶାସିତ ଅନୁଷ୍ଠାନ। ୨୦୦୭ ମସିହାରୁ କ୍ୟୁସିଆଇ-ଡିଏଲ୍ ଶାହ କ୍ୱାଲିଟି ଆୱାର୍ଡ ପ୍ରଦାନ କରାଯାଇଆସୁଛି। ସରକାରୀ ଉଦ୍ୟୋଗ, ସରକାରୀ ବିଭାଗ, ଉତ୍ପାଦନ କ୍ଷେତ୍ର, ସୂଚନା ଓ ପ୍ରଯୁକ୍ତି, ଆର୍ଥକ, ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା, ଶିକ୍ଷା, ମଧ୍ୟମ-କ୍ଷୁଦ୍ର-ସୂକ୍ଷ୍ମ ଉଦ୍ୟୋଗ, ଔଷଧ, ଖାଦ୍ୟ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥାଏ। କିଟ୍ର ଏହି ସଫଳତାରେ ଖୁସି ବ୍ୟକ୍ତ କରି ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, କିଟ୍ ସର୍ବଦା ଡିଜିଟାଲ୍ ସୃଜନଶୀଳତା ଏବଂ ଏହାର ବ୍ୟବହାରକୁ ଗୁରୁତ୍ୱ ଦେଇ ଆସୁଛି। ଏହି ପୁରସ୍କାର କିଟ୍କୁ ମନୋନୀତ କରାଯାଇଥିବାରୁ ଶ୍ରୀ ସାମନ୍ତ କ୍ୟୁସିଆଇ-ଡିଏଲ୍ ଶାହ ଟ୍ରଷ୍ଟକୁ ଧନ୍ୟବାଦ ଅର୍ପଣ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.