ନୃସିଂହନାଥ ମନ୍ଦିର ପରିସରରେ ଉଦଘାଟିତ ହେଲା ଓଟିଡିସିର ଚାରିଗୋଟି କଟେଜ

0

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ରେ ଅବସ୍ଥିତି ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଙ୍କର ମନ୍ଦିର ନିକଟରେ ଆଜି ଓଡିଶା ସରକାରଙ୍କ ଦ୍ୱାରା ପ୍ରାୟ ନବେ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଚାରିଗୋଟି ଅତ୍ୟାଧୁନିକ କଟେଜ ର ଶୁଭ ଉଦ୍ଘାଟନ ହୋଇଯାଇଛି । ଓଡ଼ିଶା ପର୍ଯଟନ ବିଭାଗର ନିର୍ଦେଶକ ଶ୍ରୀ ସଚିନ ଆର ଯାଦବ , ପର୍ଯଟନ ବିଭାଗର ଅଧ୍ୟକ୍ଷା ଶ୍ରୀମଇ ମିଶ୍ର ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ , ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରର ମଧ୍ୟ ବର୍ତୀ କାଳୀନ ଟ୍ରଷ୍ଟି ଶ୍ରୀ ସୁରେନ୍ଦ୍ର ମେହେର , ମନ୍ଦିର କାର୍ୟ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ଙ୍କର ଉପସ୍ଥିତ ରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଏହି ଚାରିଗୋଟି କଟେଜ ର ଉଦଘାଟନ କରିଥିଲେ । ନୃସିଂହନାଥ ମନ୍ଦିରକୁ ଟ୍ରଷ୍ଟ ବୋର୍ଡ କୁ ଏହି କଟେଜ ର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ଏହି କଟେଜ ଗୁଡିକୁ ହସ୍ତାନ୍ତର କରାଯିବ । ପୁରୁଣା କୋଠା ର ମରାମତି ପାଇଁ ଖୁବଶୀଘ୍ର ବିଭାଗ ତରଫରୁ ପଦକ୍ଷେପ ଗ୍ରହଣ କରାଯିବାର ସୂଚନା ମିଳୁଛି ।

Leave A Reply

Your email address will not be published.