ସହଭାଗିତା କେବଳ ମନୋରଂଜନ ନୁହେଁ, ସଚେତନତା ସୃଷ୍ଟିର ଶ୍ରେଷ୍ଠ  ମାଧ୍ୟମ ।

0

12-06-18-jaj.jpg - 168.60 kB

ଯାଜପୁର,(ଜୟଶଙ୍କର ଦାଶ):ପାରମ୍ପରିକ ଲୋକ କଳାର ପ୍ରଦର୍ଶନ ହୁଏତ ମନୋରଂଜନ ହୋଇପାରେ କିନ୍ତୁ ଏହା ମାଧ୍ୟମରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାର ଏହା ଏକ ଶ୍ରେଷ୍ଠ  ମାଧ୍ୟମ ଯାହାକି ସହଭାଗିତା ପ୍ରତିପାଦିତ କରିଚ୍ଥି ବୋଲି ବକ୍ତାମାନେ ମତବ୍ୟକ୍ତ କରିଚ୍ଥନ୍ତି । 

 ସୋମବାର ଅପରାହ୍ନରେ ଯାଜପୁର ବ୍ଲକ ଭୂଇଁପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ଏଥିରେ ଯୋଗଦେଇ  ଗୋଷ୍ଠୀ ଊନ୍ନୟନ ଅଧିକାରୀ ସୈାରଭ ଚକ୍ରବର୍ତ୍ତୀ ସରକାରଙ୍କର ସହଭାଗିତା କାର୍ଯ୍ୟକ୍ରମ ସଂପର୍କ ଯୋଡିବାର ଏକ ଶ୍ରେଷ୍ଠ  ମାଧ୍ୟମ,  ବିବିଧ ଯୋଜନାକୁ ସାଧାରଣ ଲୋକଙ୍କ ନିକଟରେ ଊପଲବ୍ଧ କରାଇବାର ଏହା ଏକ ସୁନ୍ଦର ପ୍ରୟାସ ବୋଲି  କହିଥିଲେ ।  ଯାଜପୁର  ବ୍ଲକ ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ସହଭାଗିତା ଏକ ଅଭିନବ କାର୍ଯ୍ୟକ୍ରମ ।  ଏହା ସବ୍ ଯୋଜନା ସଂପର୍କରେ ଲୋକଙ୍କୁ ସଚେତନ କରାଊଥିବାରୁ ଏହାଦ୍ୱାରା ଲୋକମାନେ ନିଜ ଅଧିକାର ଓ ଦାୟିତ୍ୱ ସଂପର୍କରେ ଅଧିକ ଊତ୍ତରଦାୟୀ ହୋଇପାରିବେ ବୋଲି ଶ୍ରୀ ନାୟକ କହିଥିଲେ ।  ପଞ୍ଚାୟତର ସରପଞ୍ଚ ପ୍ରମୋଦ କୁମାର ଦାସ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରୀ ବିଧାୟକଙ୍କ ପ୍ରତିନିଧି ଗଣେଷ ଚନ୍ଦ୍ର ମହାକୁଡ, ସମିତି ସଭ୍ୟ ଝୁନାରାଣୀ ପଣ୍ଡା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ମଦନ ନାୟକ,  ଜିଲ୍ଲା କଳା ସଂସ୍କୃତି ସଂଘ ଊପସଭାପତି ଅନିରୁଦ୍ଧ ପରିଡା,ବ୍ଲକ  ସାମାଜିକ ସୁରକ୍ଷା ଅଧିକାରୀ ବୃନ୍ଦାବନ ସାହୁ, ପୂର୍ବତନ ସରପଞ୍ଚ ପ୍ରଭାତ ଦାସ, ସହକାରୀ ଯନ୍ତ୍ରୀ ପ୍ରମୋଦ ଗୋଚ୍ଚ୍ଥାୟତ, ଦାମୋଦର ସାହୁ, ସ୍ନେହଲତା ଦାସ, ଅମର ଦାସ, ଅନନ୍ତ ସେଠୀ ପ୍ରମୁଖ ଯୋଗ ଦେଇଥିଲେ ।  ଜଗବନ୍ଧୁ ଓଝା ଓ ସାଥୀମାନେ ପାଲା ପରିବେଷଣ କରାଥିଲେ ।  ପୂର୍ବରୁ ସମସ୍ତ କଳାକାର, ଅତିଥି ଓ ଗ୍ରାମବାସୀ ମାନେ ଏକ ଶୋଭାଯାତ୍ରାରେ ଗ୍ରାମ୍ୟ ପରିକ୍ରମଣ କରି ସହଭାଗିତା ସଂପର୍କରେ ସଚେତନତା ସୃଷ୍ଟି କରିଥିଲେ  

Leave A Reply

Your email address will not be published.