ମାଲକାନଗିରି : (ବି ଶ୍ରୀନିବାସ ପାତ୍ର) ଏନ୍କାଉଣ୍ଟରରେ ୨ କ୍ୟାଡର ନକ୍ସଲଙ୍କ ମୃତ୍ୟୁ ଘଟଣାକୁ ବିରୋଧ କରି ନକ୍ସଲ ସଂଗଠନର ଆନ୍ଧ୍ର-ଓଡ଼ିଶା ସୀମା ଜୋନାଲ କମିଟି ସେକ୍ରେଟେରୀ କୈଳାସଙ୍କ ଅଡିଓ ଟେପ୍ ଜାରି। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଗତ 13 ତାରିଖରେ ହୋଇଥିବା ଏନକାଉଣ୍ଟର କୁ ମିଥ୍ୟା ଏନକାଉଣ୍ଟର କହିଲେ ମାଓ ନେତା କୈଳାସ। ପୋଲିସ 2 ମାଓବାଦୀଙ୍କୁ ଧରି ନେଇ ନିର୍ମମ ଭାବେ ହତ୍ୟା କରିଥିବା କହିଲେ ମାଓ ନେତା କୈଳାସ । ମାଓବାଦୀ ମାନେ ବିଶ୍ରାମ ନେବା ବେଳେ 2ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିବା ସହ ଆଉ 2 ସାଥିଙ୍କୁ ବନ୍ଧକ ରଖିଛନ୍ତି ପୋଲିସ । ତେବେ ଏମାନଙ୍କୁ ତୁରନ୍ତ କୋର୍ଟରେ ହାଜର କରାଯାଉ ବୋଲି ଦାବି କରିଛନ୍ତି ମାଓ ନେତା କୈଳାସ। ସ୍ୱାଭିମାନ ଅଞ୍ଚଳରେ ଆଦିବାସୀ ମାନଙ୍କୁ ମିଥ୍ୟା ଏନକାଉଣ୍ଟର କରି ମାଓବାଦୀର ଆଖ୍ୟା ଦେଉଛି ପୋଲିସ। ମାଓ ସଙ୍ଗଠନକୁ ଦମନ କରିବା ପାଇଁ ପୋଲିସ ପ୍ରଶାସନ ଆଦିବାସୀଙ୍କ ଉପରେ ଅତ୍ୟାଚାର କରୁଛି ପୋଲିସ। ସ୍ୱାଭିମାନ ଅଞ୍ଚଳରେ ମୌଳିକ ସୁବିଧା ସବୁ ଅପହଞ୍ଚ ଥିବା ବେଳେ ମାଓବାଦୀ ଆଦିବାସୀଙ୍କ ପାଇଁ ଲଢ଼ୁଥିବା ବେଳେ ପୋଲିସ ମାଓ ସଙ୍ଗଠନକୁ ଦୁର୍ବଳ କରିବାରେ ଲାଗିପଡିଛି। ଗତ 13 ତାରିଖରେ ପୋଲିସ ଗୁଳିରେ ମୃତ୍ୟୁ ବାରଣ କରିଥିବା କମ୍ରେଡ଼ ମାଲେସ ଏବଂ କମ୍ରେଡ଼ କାଂତାମା ଆଦିବାସୀଙ୍କ ହିତ ପାଇଁ ଲଢେ଼ଇ କରୁଥିବା ବେଳେ ଦଣ୍ଡକାରଣ୍ୟ ଅଞ୍ଚଳରେ ମାଓ ସଙ୍ଗଠନକୁ ସୁଦୃଢ କରିବା ପାଇଁ ବେଶ ଅବଦାନ ରହିଥିଲା। ତେବେ ମାଓସଙ୍ଗଠନର ଏହି 2 ଟପ କ୍ୟାଡର କୁ ପୋଲିସ ଫେକ ଏନକାଉଣ୍ଟର କରି ହତ୍ୟା କରିଛି। ତେଣୁ ଏହାକୁ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.