ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ବୁଲିଦେଖି ବିଭିନ୍ନ ସମସ୍ୟା ଶୁଣିଲେ ମନ୍ତ୍ରୀ ସୁଶାନ୍ତ ସିଂ

0

ବରଗଡ :- ଆଜି ରାଜ୍ୟ ସରକାରଙ୍କର ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ପଦ୍ମପୁର ନିର୍ବାଚନ ମଣ୍ଡଳୀର  ବିଧାୟକ ଶ୍ରୀ  ବିଜୟ ରଞ୍ଜନ ସିଂ ବରିହାଙ୍କର ସହିତ ଅଚାନକ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନକୁ ପହଞ୍ଚିଥିଲେ । ଅନୁଷ୍ଠାନରେ ମହାବିଦ୍ୟାଳୟର ଡେ଼ପୁଟି ସୁପାରିନଟେଣ୍ଡେଣ୍ଟ  ଶ୍ରୀ ନାଇଡୁ ଜଗନ୍ନାଥ, ଆଡ଼ମିନିଷ୍ଟ୍ରେଟର ଶ୍ରୀ ମନୋଜ କୁମାର ତ୍ରିବେଦୀ, ଆସିଷ୍ଟାଣ୍ଟ ପ୍ରଫେସର ଶ୍ରୀ ସୁଶାନ୍ତ ସାହୁ, ଡାକ୍ତର ମନୋଜ କୁମାର ସାହୁ ଓ ଡାକ୍ତର ମନୋଜ ବେହେରା ପ୍ରମୁଖ ମନ୍ତ୍ରୀ ଓ ବିଧାୟକ ଙ୍କୁ ସ୍ୱାଗତ କରିଥିଲେ । ଏହାପରେ ମନ୍ତ୍ରୀ ପ୍ରଥମେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କର ପାଖକୁ ଯାଇ ବ୍ୟକ୍ତିଗତ ଭାବରେ ସେମାନଙ୍କର ସ୍ୱାସ୍ଥ୍ୟ ଓ ଚିକିତ୍ସା ବାବଦରେ ପଚାରି ଥିଲେ । ଡାକ୍ତରଖାନା ପରିସରରେ ଥିବା ଫିଜିଓଥେରାଫି ସେକ୍ସନ କୁ ଯାଇ ସେଠାରେ ଥିବା ସରଞ୍ଜାମ ଦେଖିଥିଲେ । ଆସିଷ୍ଟାଣ୍ଟ ପ୍ରଫେସର ଶ୍ରୀ ସୁଶାନ୍ତ ସାହୁ ମନ୍ତ୍ରୀ ଙ୍କୁ ଫିଜିଓଥେରାଫି ପାଇଁ ରହିଥିବା ସରଞ୍ଜାମ ସବୁ ପୁରୁଣା ହୋଇ ଗଲାଣି ବୋଲି କହିବାରୁ  ମନ୍ତ୍ରୀ ଯଥା ଶୀଘ୍ର ଆବଶ୍ୟକୀୟ ସରଞ୍ଜାମର ଏକ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଥିଲେ । ଏହାପରେ ମନ୍ତ୍ରୀ କଲେଜ ବିଲ୍ଡିଂ ଅଫିସ ସବୁ ବୁଲି ଦେଖିଥିଲେ । ଗନ୍ଧମାର୍ଦ୍ଦନ ପର୍ବତରେ ହଜାରେ ଉର୍ଧ୍ଵ  ପ୍ରକାର ଔଷଧୀୟ ବୃକ୍ଷ, ଲତା,ଗୁଳ୍ମ ରହିଛି, ଆୟୁର୍ବେଦ ପଦ୍ଧତିରେ ଅନେକ ପ୍ରକାର କଠିନ ରୋଗ ପୁରାପୁରି ଭଲ ହୋଇ ପାଇଉଛି ବୋଲି ବିଧାୟକ ଶ୍ରୀ ବରିହା କହିଛନ୍ତି ।ମନ୍ତ୍ରୀଙ୍କର ଅଲ୍ପ ସମୟ ଗସ୍ତରେ ରୋଗୀ ମାନଙ୍କର ସହିତ କଥା ହେବା କାରଣରୁ ଚିକିତ୍ସିତ ହେଉଥିବା ରୋଗୀ, ଡାକ୍ତରଖାନା କର୍ମଚାରୀ ସମସ୍ତେ ଖୁସି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.