ଭଞ୍ଜନଗର ( ନିଲୁ ବିଷୋୟୀ ) – ଭଞ୍ଜନଗର ଓକିଲ ସଂଘର ନବ ନିର୍ବାଚିତ bକର୍ମକର୍ତ୍ତା ସୋମବାର ଶପଥ ପାଠ କରିଛନ୍ତି। ଓକିଲ ସଂଘର ଲାଇବ୍ରେରୀ ହଲ ଠାରେ ଆୟୋଜିତ ଉକ୍ତ କାଯ୍ୟକ୍ରମରେ ଆଇନଜୀବୀ ତଥା ନିର୍ବାଚନ ଅଧିକାରୀ ରମେଶ ଚନ୍ଦ୍ର ପଣ୍ଡା ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ। ସର୍ବ ପ୍ରଥମେ ନୂତନ ସଭାପତି ଭାବେ ବରିଷ୍ଠ ଆଇନଜୀବୀ ଦଣ୍ଡପାଣି ସ୍ୱାଇଁ ଶପଥ ପାଠ ଗ୍ରହଣ କରିଥିଲେ। ପରେ ଉପସଭାପତି ମଣୀ ଦୀକ୍ଷିତ, ସମ୍ପାଦକ ଅକ୍ଷୟ କୁମାର ସାହୁ ,ସହ ସମ୍ପାଦକ ବଳରାମ ମହାପାତ୍ର , କୋଷାଧ୍ୟକ୍ଷ ଭାବେ ସୁନନ୍ଦ ତ୍ରିପାଠୀ ଏବଂ କାଯ୍ୟକାରିଣୀ ସଦସ୍ୟ ଭାବେ ସନ୍ତୋଷ ତିଆଡି, ସୁଧାଂଶୁବାଳା ପଟ୍ଟନାୟକ ଓ ଅଶୋକ ଗୌଡ଼ ଶପଥ ପାଠ କରିଥିଲେ। ଏହି ଅବସରରେ ବହୁ ଆଇନଜୀବୀ ଉପସ୍ଥିତ ଥିଲେ |
Sign in
Sign in
Recover your password.
A password will be e-mailed to you.