ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ନିୟମିତ ହେଲା ୧୦ଟି ବିଭାଗ 

0

11-06-18-university-w.jpg - 96.13 kB

ବାରିପଦା(Dillip mohanty)- ବାରିପଦା ତଖତପୁର ସ୍ଥିତ ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟରେ ୯ ଟି ବିଷୟରେ ସ୍ନତକୋତ୍ତର(ପିଜି) ପାଠ୍ୟକ୍ରମ ଖୋଲାଯିବ ।  ଏ ନେଇ ଗତ ୭ ତାରିଖ  ଗୁରୁବାର ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା ପ୍ରସ୍ତାବକୁ ଅନୁମୋଦନ କରିବାପରେ ସୋମବାର ବିଧିବଦ୍ଧ ଭାବେ ରାଜ୍ୟ ସରକାରଙ୍କ ଡେପୁଟି ସେକ୍ରେଟେରୀ ପ୍ରାଣବନ୍ଧୁ ରାଉତ ଉଚ୍ଚ ଶିକ୍ଷା ବିଭାଗକୁ ଜଣାଇଛନ୍ତି । ନିୟମିତ ହୋଇଥିବା ବିଷୟଗୁଡିକ ମଧ୍ୟରେ ନୃତତ୍ୱ ବିଜ୍ଞାନ, ଟ୍ରାଇବାଲ ଷ୍ଟଡିଜ, ବାୟୋ ଡାଇଭରସିଟି କନଜରଭେସନ, ମାଷ୍ଟର ଅଫ ସୋସିଆଲ ୱାର୍କ, ଏମବିଏ, ଗଣିତ, ଏଜୁକେସନ(ଏମଏ), କାପ୍ୟୁଟର ସାଇନ୍ସ(ଏମସିଏ), ଇଣ୍ଟିଗ୍ରେଟେଡ ବିଇଡି, ସାନ୍ତାଳୀ ଏବଂ ଏମଇଡି । ଏହା ସହିତ ୯ ଜଣ ପ୍ରଫେସର, ୧୮ ଜଣ ଆସୋସିଏଟ ପ୍ରଫେସର ଓ ୨୮ ଜଣ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ଦିଆଯିବ ।  ଫଳରେ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମହଲରେ ଖୁସିର ମାହୋଲ ସୃଷ୍ଟି ହୋଇଛି । ବାରିପଦା ବିଧାୟକ ତଥା ଓଡିଶା ବିଧାନସଭା ଉପବାଚସ୍ପତିି  ସାନନ୍ଦ ମାର୍ଣ୍ଡି ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ବାରିପଦା ପୌରପରିଷଦର ବିଜୁ ଗୋଲେଇ ଠାରେ ବିଜୁ ଯୁବଜନତା ଓ ଛାତ୍ର ଜନତା ପକ୍ଷରୁ ଓଡ଼ିଶା ବିଧନସଭା ଉପବାଚସ୍ପତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଜୁ ଯୁବ ଜନତା ଦଳର ସଭାପତି ଜିତେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଏହି ସମ୍ବର୍ନ୍ଧନା ସଭା ଅନୁଷ୍ଠିତ  ହୋଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜୋନାଲ ସଭାପତି ସୁବ୍ରମଣ୍ୟମ  ମହାନ୍ତି, ଛାତ୍ର ସଭାପତି ଅଭୟ ସିଂ, କାଉନସିଲର ସରୋଜ ମହାପାତ୍ର, ପ୍ରଭାତ ମହାନ୍ତି, ନିରୋଜ ସାହୁ, ବୀଣାପାଣି ସାହୁ, ଦୂର୍ଗାମଣୀ ଆଚାର୍ଯ୍ୟ, ଅନୁରାଧା ସୋରେନ, ରାଜ୍ୟ ଯୁବ ସମ୍ପାଦକ ବିରଞ୍ଜି ମହାପାତ୍ର, ଯୁବ ଜନତା ଉପସଭାପତି ଅନିରୁଦ୍ଧ ଭଞ୍ଜଦେଓ, ଯୁବଜନତା ସମ୍ପାଦକ ରାଜେନ୍ଦ୍ର ବାରିକ, ଜୋନାଲ ସମ୍ପାଦକ ଆଭାସ ଦେ, ଛାତ୍ରନେତା ଦେବବ୍ରତ ସେନାପତି, ଦିବ୍ୟବ୍ରତ ମହାନ୍ତିଙ୍କ ସମେତ ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟର ବେଣୁଧର ମହାନ୍ତ, ସୂର୍ଯ୍ୟନାରାୟଣ ତ୍ରୀପାଠୀ, ଗଣମାଧ୍ୟମ ସଂଯୋଜକ କପିଲ ଖଣ୍ଡେଲୱାଲ ପ୍ରମୁଖ ଉପସ୍ଥିତ ଥିଲେ । 

Leave A Reply

Your email address will not be published.