ପଦ୍ମପୁର ବିଧାୟକଙ୍କ ଦ୍ୱାରା ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ତଥା ପୋଲ ଉଦ୍ଘାଟିତ 

0

11-06-18-padam-w.jpg - 103.36 kB

ପଦ୍ମପୁରରୁ  ନୀଳ ଦୀପ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜବୋଡ଼ାସମ୍ବର ବ୍ଲକ ଅଧିନସ୍ଥ କନସିହା ଓ ଚଣ୍ଡିପାଲି, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ନିର୍ମାଣ ହୋଇଥିବା ରାସ୍ତା କୁ ପଦ୍ମପୁର ବିଧାୟକ ପ୍ରଦୀପ ପୂରୋହିତ ଉଦ୍ଧଘାଟନ କରିଥିଲେଏବଂ ଏହା ସହ ଦହିତା ବୁଡ଼ାମାଲ ରାସ୍ତାରେ ଥିବା ବନ୍ଦେଶ୍ୱରୀ  କେନାଲ ପୋଲ କୁ ମଧ୍ୟ ଉଦ୍ଘାଟନ କରିଛନ୍ତି । ଏହି ରାସ୍ତାରେ ପୋଲ ନିର୍ମାଣ ପାଇଁ ପଦ୍ମପୁର ବିଧାୟକ ସରକାରଙ୍କ ଠାରେ ପ୍ରସ୍ତାବ ଆଗତ କରିବା ପରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଏହି ପୋଲ ନିର୍ମାଣ କରାଯାଇ ଜନସାଧାରଣଙ୍କ ନିମନ୍ତେ ଲୋକାର୍ପିତ କରାଯାଇଛି । ଏହି ସମୟରେ ରାଜବୋଡ଼ାସମ୍ବର ବ୍ଲକ ଅଧ୍ୟକ୍ଷ ଶ୍ରୀ କୁମରମଣି ନାଏକ, ବରଗଡ଼ ବି.ଜେ.ପି. ଯୁବ ମୋର୍ଚ୍ଚା ସଭାପତୀ ପ୍ରିତେଶ କୁମାର ବହିଦାର, ଦହିଗାଁ ସମିତୀ ସଭ୍ୟ  ସୁରେନ୍ଦ୍ର ବରିହା, ଶ୍ରୀକାନ୍ତ ପାଣିଗ୍ରାହୀ, ସରୋଜ କୁମାର ପାଣିଗ୍ରାହୀ, ରାହାସ ବିହାରୀ ସାହୁ, ନିରାକାର ବରିହା, ସେବକ ମେହେର, କୁନାଲ ପାଣିଗ୍ରାହୀ, ରତନ ରାଜିବ ବଗର୍ତି, ସିଦ୍ଧେସ୍ୱର  ମହାରଣ ଙ୍କ ସହ ସମସ୍ତ ଗ୍ରାମ ବାସୀ ଉପସ୍ଥିତ ଥିଲେ ।  

Leave A Reply

Your email address will not be published.