ପ୍ରଧାନମନ୍ତ୍ରୀ ସଡକ  ନିର୍ମାଣରେ ବ୍ୟାପକ ଦୁର୍ନୀତି ।

0

ବୀରମହାରାଜପୁର – (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ):  ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଯାଲୋଏ – କୋଟସମଲାଇ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ  ନିର୍ମାଣ କାମ ଅତି ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି । ରାସ୍ତାରେ ପିଚୁ ପକାଇବାର ଗୋଟିଏ ଦିନ ପରେ ଉଠି ଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ଉକ୍ତ ରାସ୍ତାଟି ଦୀର୍ଘ ଦିନରୁ ମରଣଯନ୍ତା ହୋଇ ପଡି ରହିଥିବା ବେଳେ ପ୍ରଶାସନ ତରଫରୁ  ନିର୍ମାଣ କାମ ଆରମ୍ଭ ହୋଇଛି । ମାତ୍ର ଠିକାଦାର ଓ ଯନ୍ତ୍ରୀ ଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା ନିମ୍ନ ମାନର ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ପ୍ରସାଶନ  ତୁରନ୍ତ ଏନେଇ  ଆବଶ୍ୟକ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ରାସ୍ତା କାମ ବନ୍ଦ କରି ଦିଆଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି । ଏନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ମେସିନ ସାହାଯ୍ୟରେ କାମ କରାଯାଉଛି, ଏଥିରେ କୌଣସି ଦୁର୍ନୀତି ହୋଇ ନଥିବା କହିଥିଲେ । ପିଚୁ ପକାଇବାର କିଛି ଘଣ୍ଟା ପରେ ରାସ୍ତା ଖୋଳି ଏଭଲି ଅଭିଯୋଗ କରୁଥିବା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.