ବିବାହ ଭୋଜିରେ ସମ୍ବଲପୁରୀ ବହି “ନିଝିର୍‌ଲା ଲହର୍‌ କଥା” ଉନ୍ମୋଚିତ।

0

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)- ବୁର୍ଲାର ପରିଚିତ ବ୍ୟବସାୟୀ, କବି, ଗୀତିକାର ଅର୍ଜୁନ ମେହେରଙ୍କ ପୁଅ ବିବାହ ଭୋଜିରେ ତାଙ୍କ ଦ୍ୱାରା ସମ୍ବଲପୁରୀ ଭାଷାରେ ଲିଖିତ କାହାଣୀ ବହି “ନିଝିର୍‌ଲା ଲହର୍‌ କଥା” ଉନ୍ମୋଚନ ହୋଇ ଯାଇଛି।

ପୁତ୍ରବଧୂ ବସିଥିବା ପେଣ୍ଡଲରେ ଶିକ୍ଷାବିତ ପ୍ରେମଚାନ୍ଦ ମହାନ୍ତି, ବ୍ୟଙ୍ଗ କବି ସଚି ପଣ୍ଡା, ବ୍ୟଙ୍ଗ କବି ହୀରାଲାଲ ସାହୁ ଓ ଗୀତିକାର ରତନ ପୂଜାହାରୀ ଏହି ବହି  କୁ ଉନ୍ମୋଚନ କରିଥିଲେ। ଏହି ଅବସରରେ  ମୋହିତ ସ୍ୱାଇଁ, ସମ୍ବଲପୁରୀ ଗାୟିକା ପଦ୍ମିନୀ ଦୋରା, ଗୀତିକାର ଶିବଶଙ୍କର ପଧାନ, ଗୌରଚରଣ ସା, ରୋହିତ ମେହେର, ନକୁଳ ମେହେର, ପଙ୍କଜିନୀ ମେହେର, ମୁନିରାମ କୁମ୍ଭାର, ପଙ୍କଜିନୀ ମେହେର, ଲେଖକ ସପତ୍ନୀକ ମଞ୍ଚରେ ଉପସ୍ଥିତ ଥିଲେ।

      ଲେଖଙ୍କର ଏହା ପ୍ରଥମ ବହି। ବହିଟିର ପଚିଶଟି ଯାକ   କାହାଣୀ  ଦୁଃଖ,  ଦାରିଦ୍ର୍ୟ ,ସମାଜରେ ନିର୍ଯ୍ୟାତିତ ପ୍ରତ୍ୟେକ ଶୀର୍ଷକ  ଆଖିରୁ ଝରୁଥିବା ଲୁହ ତାଙ୍କର ଦୁଃଖ ର  ବ୍ୟଥା  କଥା  କହୁଛନ୍ତି  ବୋଲି ଲେଖକ ମତବ୍ୟକ୍ତ କରିଛନ୍ତି । ଏହି ବହିଟିର ପ୍ରଚ୍ଛଦ ପଟ ଓ  “ନିଝିର୍‌ଲା ଲହର୍‌ କଥା “ଶୀର୍ଷକଟି ବେଶ ଆକର୍ଷଣୀୟ ହୋଇଛି ଓ ବହିଟିକୁ ସମ୍ପୁର୍ଣ୍ଣ  ଭାବରେ ତାଙ୍କର ସ୍ୱର୍ଗବାସୀ ମାତା ୰ ଜେମା ମେହେରଙ୍କୁ ଶ୍ରଦ୍ଧାଂଜଳି ଦେଇଛନ୍ତି  l ଅର୍ଜୁନ ମେହେରଙ୍କ  ଏକ ମାତ୍ର ଝିଅ ପ୍ରଣତି ମେହେର ଓ ଜାମାତା ମଧ୍ୟ ଏହି ଅବସରେ  ଉପସ୍ଥିତ ଥିଲେ l

        

Leave A Reply

Your email address will not be published.