ସୀମା ସିଲ : ଓଡ଼ିଶାର ଧାନ ବିକ୍ରି ପାଇଁ ଛତିଶଗଡ଼ରେ ପ୍ରବେଶ ମନା

0

ଝାରସୁଗୁଡ଼ା :(ସୁଭାଷ ସହାରେ) ଓଡ଼ିଶାର ଧାନ ବିକ୍ରି ପାଇଁ ଛତିଶଗଡ଼ରେ ପ୍ରବେଶ ମନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର କୃଷି ବିଲ ଆଣିବା ବେଳେ ଆଶ୍ବାସନା ଦେଇଥିଲେ ଯେ ଚାଷୀ ଯେଉଁଠାରେ ଚାହିଁବ ତାର ଧାନ ବିକ୍ରି କରିପାରିବ। ଏହା ଅବଶ୍ୟ ସ୍ପଷ୍ଟ କରାଯାଇ ନଥିଲା ଯେ ଚାଷୀ ତାର ଧାନ ଯେ କୌଣସି ରାଜ୍ୟର ସରକାରୀ ମଣ୍ଡିରେ ବିକ୍ରି କରିପାରିବ ନା ବେସରକାରୀ ମଣ୍ଡିରେ। ମାତ୍ର ଛତିଶଗଡ଼ ସରକାର ଯେପରି ଭାବରେ ପଦକ୍ଷେପ ନେଇଛନ୍ତି, ତାହା ଦ୍ବାରା କେନ୍ଦ୍ର ସରକାର ପୁଣି ଚାଷୀଙ୍କ ଆକ୍ରୋଶର ଶିକାର ହେବା ସୁନିଶ୍ଚିତ। ଛତିଶଗଡ଼ ସରକାର ଓଡ଼ିଶାର ଧାନକୁ ଛତିଶଗଡ଼ରେ ଯେପରି ଚୋରାଚାଲାଣ ହୋଇ ସେଠାକାର ସରକାରୀ ମଣ୍ଡିରେ ବିକ୍ରି କରାଯାଇ ପାରିବ ନାହିଁ ସେଥିପାଇଁ ସତର୍କତାମୂଳକ ପଦକ୍ଷେପ ନେଇ ସୀମାରେ ପୋଲିସ ପଇଁତରାକୁ କଡ଼ାକଡ଼ି କରିଦେଇଛନ୍ତି। ବର୍ତ୍ତମାନ ଦିନରାତି ଛତିଶଗଡ଼ ପୋଲିସ ଓଡ଼ିଶା-ଛତିଶଗଡ଼ ସୀମାରେ ଜଗି ରହିଛନ୍ତି। 

ସୂଚନାଯୋଗ୍ୟ, ଯେ ଛତିଶଗଡ଼ରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଓଡ଼ିଶାରୁ ଅଧିକ ଥିବାରୁ ଅସାଧୁ ବେପାରୀ ଓ ଦଲାଲ ଏହାର ଫାଇଦା ନେଇ ଓଡ଼ିଶାରୁ ଧାନ ଛତିଶଗଡ଼କୁ ଚୋରାଚାଲାଣ କରିବାର ସମ୍ଭାବନା ବଢ଼ି ଯାଇଛି।

Leave A Reply

Your email address will not be published.