ଟୋଲ ଗେଟକୁ କ୍ୟାଶ ଲେସ୍ କରିବା ପାଇଁ ନିଷ୍ପତ୍ତିକୁ ନାପସନ୍ଦ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ସହରର ଗାନ୍ଧୀଛକ ଫାଣ୍ଡି ଅନ୍ତର୍ଗତ ନୂଆଡିହିରେ ଥିବା ଟୋଲ ଗେଟକୁ ସଂପୂର୍ଣ୍ଣ ଭାବରେ କ୍ୟାଶ ଲେସ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଜାନୁୟାରୀ ୧ ତାରିଖରୁ ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି ଜାତୀୟ ରାଜପଥ ପ୍ରାଧିକରଣ । ବିମୁଦ୍ରୀକରଣ ପରେ ଦେଶର ଅର୍ଥନୈତିକ ବ୍ୟବସ୍ଥାକୁ ଆମୂଳଚୂଳ ପରିବର୍ତ୍ତନ କରିବାର ନିଷ୍ପତ୍ତି ଲୋକଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରି ଆସୁଛି ଏବଂ ଏହିପରି ଏକ ନିଷ୍ପତ୍ତି ହଠାତ ଲାଗୁ କରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବାଭାବିକ। କ୍ୟାଶଲେସ ନେଣଦେଣ ସମ୍ପୂର୍ଣ୍ଣ ଭାବରେ ଲାଗୁ କରିବାକୁ ହେଲେ ସରକାର ଲୋକଙ୍କୁ ସେହିପରି ଭାବରେ ପ୍ରସ୍ତୁତ କରିବା ନିହାତି ଆବଶ୍ୟକ ବୋଲି ଲୋକଙ୍କ ମତ। ବିଭାଗ ଏକ ନିର୍ଦ୍ଦେଶାନାମା ଜାରି କରି କହିଛନ୍ତି ଯେ ଆଗାମୀ ୧ ତାରିଖରୁ ଏହି ଗେଟରେ ସମସ୍ତ କାରବାର ଅନଲାଇନ ହେବ। ଏହି ଘୋଷଣା ପରେ ଟ୍ରକ ଚାଳକଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି।

Leave A Reply

Your email address will not be published.