କହିଲେ ବାଣିଜ୍ୟ ଟପ୍ପର ନୀଲମ : ଚାଟାର୍ଡ ଆକାଉଣ୍ଟାଣ୍ଟ ହେବି

0

କହିଲେ ବାଣିଜ୍ୟ ଟପ୍ପର ନୀଲମ : ଚାଟାର୍ଡ  ଆକାଉଣ୍ଟାଣ୍ଟ ହେବି

ବାରିପଦା(ଦିଲ୍ଲୀପ ମହାନ୍ତି )- ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର ଫଳ ଜୁନ ୯ରେ ପ୍ରକାଶ ପାଇଥିଲା । ଚଳିତ ଶିକ୍ଷା ବର୍ଷ ବାଣିଜ୍ୟ ବିଭାଗରେ ୮୮ ପ୍ରତିଶତ ହାରରେ ୬୦୦ରୁ ୫୨୬ ନମ୍ବର ରଖି ରାଜ୍ୟରେ ଟପ୍ପର ହୋଇଛନ୍ତି ବାରିପଦାସ୍ଥିତ ମହାରାଜା ପୂର୍ଣ୍ଣ ଚନ୍ଦ୍ର କନିଷ୍ଠ  ମହାବିଦ୍ୟାଳୟର ଛାତ୍ରୀ ତଥା ବାରିପଦା ପୌରପରିଷଦର ୱାଡର଼୍ ନଂ ୧୯ ଦାରୋଗାଡ଼ାହିର ବାପା ବିଜୟ ଶାହା ଓ ମାତା ଅନିତା ଶାହାଙ୍କ ସୁପୁତ୍ରୀ ନୀଲମ୍ ଶାହା । ନିଲମ ଶାହା ଆମର ମୟୂରଭଞ୍ଜ ଜିଲ୍ଲାପ୍ରତିନିଧିଙ୍କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ଦିନକୁ ୮ରୁ ୧୦ ଘଣ୍ଟାରୁ  ପରିଶ୍ରମ ତାଙ୍କୁ ଏହି ସଫଳତା ଆଣି ଦେଇଛି । ଆକାଉଣ୍ଟସ୍, ବିଜିନେସ ଷ୍ଟଡ଼ିଜ୍ ମ୍ୟାନେଜମେଣ୍ଟ ଓ ଗଣିତ ପସନ୍ଦର ବିଷୟ ରହିଥିଲା । ଆଗକୁ ପାଠପଢ଼ି ଚାଟାର୍ଡ ଆକାଉଣ୍ଟାଣ୍ଟ ହେବାର ଲକ୍ଷ ରଖିଛନ୍ତି । ନିୟମିତ କ୍ଲାସ କରିବା ସହିତ ପାଠକୁ ନ ଘୋଷି ଭିତରକୁ ପ୍ରବେଶ କରି ନିଷ୍ଠା  ଓ ଏକାଗ୍ରତା ରଖି ଅଧ୍ୟୟନ କରିବା ଫଳରେ ଏହି ସଫଳତା ଆଣିଦେଇଛି । ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସହିତ ପରିବାରରେ ପିତା ଓ ମାତାଙ୍କ ଉତ୍ସାହ ଓ ପ୍ରେରଣା ପାଇଁ ଏହି ସଫଳତା ହାସଲ କରିପାରିଛନ୍ତି । ବିଶେଷ କରି ଘରେ ମାତା ଅନିତା ଶାହା ତାଙ୍କର ପ ଢ଼ାପଢ଼ି ଉପରେ ଅଧିକ ଧ୍ୟାନ ଦେଇଆସୁଥିଲେ । କିନ୍ତୁ ଅନିତା ପାଇଥିବା ନମ୍ବରରେ ସନ୍ତୁଷ୍ଟ ନ ଥିଲେ । ଏହାଠାରୁ  ଅଧିକ ନମ୍ବର ରଖିବା ନିମନ୍ତେ ଆଶା କରିଥିଲେ । ତେଣୁ ଏକାଗ୍ରତା ଓ ନିଷ୍ଠା  ସହିତ ପାଠକୁ ନ ଘୋଷି ଭିତରକୁ ଯାଇ ବୁଝିପାରିଲେ ତାଙ୍କ ଭଳି ସଫଳତା ହାସଲ କରି ରାଜ୍ୟରେ ଟପ୍ପରମାନଙ୍କ ମଧ୍ୟରେ ନିଜର ନାମକୁ ଯୋଡ଼ି ପାରିବେ ବୋଲି ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.