ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ  ଜିଲ୍ଲାସ୍ତରୀୟ ସଶକ୍ତ ଅଭିଯାନ ସଚେତନତା କାର୍ଯ୍ୟକ୍ରମ

0

10-06-18-disable-w.jpg - 52.21 kB

ପାରଳାଖେମୁଣ୍ଡି(ବାଳକୃଷ୍ଣ ପାଣିଗ୍ରାହୀ)  : ପାରଳାଖେମୁଣ୍ଡିସ୍ଥିତ ବିଜୁ କଲ୍ୟାଣମଣ୍ଡପ ଠାରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସାମାଜିକ ଓ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୁଲ୍ୟରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଆଇନଗତ ଅଧିନିମୟ-୨୦୧୬ ଅବସରରେ ଜିଲ୍ଲାସ୍ତରୀୟ ଏକ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ସାମାଜିକ ଓ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିକାରୀ  ରବିନ୍ଦ୍ର କୁମାର ବେହେରାଙ୍କ ସଭାପତିତ୍ୱରେ ରାଜ୍ୟ ଭିନ୍ନକ୍ଷମ ବିଭାଗର ଉପଦେଷ୍ଠା ତଥା ସ୍ୱାଭିମାନ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ ଶ୍ରୁତି ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିନ୍ନକ୍ଷମ ଅଧିକାର ଅଧିନିୟମ ୨୦୧୬ର ବିଭିନ୍ନ ଦିଗ ଉପରେ ଆଲଚୋନା କରି ଦିବ୍ୟାଙ୍ଗ ମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ସମ୍ପର୍କରେ ଆହ୍ୱାନ କରିଥିଲେ ।ଜିଲ୍ଲାପାଳ ଅନୁପମ ସାହା ଯୋଗଦେଇ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଭିନ୍ନକ୍ଷମ ମାନଙ୍କ ପାଇଁ ଯିବା ଆସିବା ଓ ଅଭିଯୋଗ କରିବା ଦିଗରେ ରହିଥିବା ସ୍ୱତନ୍ତ୍ର ବ୍ୟବସ୍ଥା ଉପରେ କହିଥିଲେ । ଅଭିଯାନ କାର୍ଯ୍ୟକ୍ରମର ସଂପାଦିକା  ମିହିର ମହାନ୍ତି ଯୋଗଦେଇ ଦିବ୍ୟାଙ୍ଗ ମାନଙ୍କ ପାଇଁ ଅଧିନିୟମ ୨୦୧୬ରେ ଥିବା ବିଭିନ୍ନ ବ୍ୟବସ୍ଥା ଉପରେ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ବେହେରା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ବିପିନ ବିହାରୀ ପାଣିଗ୍ରାହୀ, ସିସିଓ ମୁଖ୍ୟ ଜଗନ୍ନାଥ ରାଜୁ ଏବଂ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରମୁଖ  ମଞ୍ଚାସୀନ ରହି ଭିନ୍ନକ୍ଷମ ମାନଙ୍କ ପାଇଁ ସେମାନଙ୍କ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ ।

ଏହି ଅବସରରେ ପୁର୍ବାହ୍‍ଣରେ ସ୍ୱାଭିମାନ ସଂସ୍ଥାର କାଳାକାରମାନଙ୍କ ଦ୍ୱାରା (ଭିନ୍ନକ୍ଷମ) ଅନୁଷ୍ଠାନର ଶତାଧିକ ପିଲାମାନଙ୍କ ଦ୍ୱାରା ସଚେତନତା ଶୋଭାଯାତ୍ରା ସ୍ଥାନୀୟ ଟାଉନହଲ ଠାରେ ବାହାରି ସଚେତନତା ସଭା କାର୍ଯ୍ୟକ୍ରମ ମଣ୍ଡପ  ପର୍ଯ୍ୟନ୍ତ ଯାଇଥିଲା । ସଭାକାର୍ଯ୍ୟକ୍ରମ ସ୍ଥଳରେ ସ୍ୱାଭିମାନ ନବଜୀବନ ସଂସ୍ଥା ଏବଂ କିନ୍ନର ମାନଙ୍କର ପକ୍ଷରୁ ଭିନ୍ନକ୍ଷମ ମାନଙ୍କ ପାଇଁ ଚିତ୍ତାକର୍ଷକ  ସଚେତନତା ମୂଳକ ନାଚ ଓ ଗୀତ ପରିବେଷଣ କରାଯାଇଥିଲା ।

 

Leave A Reply

Your email address will not be published.