ବୀରମହାରାଜପୁର ମୁଖ୍ୟରାସ୍ତା ଅବରୋଧ, ୩୫ ଚାଷୀ ଗିରଫ ।

0

ବୀରମହାରାଜପୁର – (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ଵୟ ସମିତିର ଆହ୍ଵାନକ୍ରମେ ସୁବର୍ଣ୍ଣପୁର ଜିଲ୍ଲା ଉଫୁଲା ଛକ ନିକଟରେ ଶତାଧିକ ଚାଷୀ ମାନେ ବୀରମହାରାଜପୁର – ସୋନପୁର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ଚାଷୀମାନେ ମୁଖ୍ୟ ରାସ୍ତା ଉପରେ ଧାନ ବସ୍ତା ରଖି ଧାରଣା ଦେଇଥିଲେ । ସ୍ଥାନୀୟ କ୍ରପ୍ କଟିଂ ଆଧାରରେ ଏକର ପିଛା ଧାନ ବିକ୍ରି ପରିମାଣ ସ୍ଥିର କରିବା, ଟୋକନ ଆବଣ୍ଟନ ପାଇଁ ଜିଲ୍ଲାପାଳଙ୍କୁ ଦାୟିତ୍ବ ପ୍ରଦାନ, ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନ ସମ୍ମତ କରାଯିବା ଓ ବିନା କଟଣିରେ ଧାନ କିଣାଯିବାକୁ ଆନ୍ଦୋଳନରତ ଚାଷୀ ଦାବି କରିଥିଲେ । ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ଓ ଉପଖଣ୍ଡୀୟ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାର ଅବରୋଧ ସ୍ଥଳକୁ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ । ଫଳରେ ଆଲୋଚନା ସମାଧାନର ପନ୍ଥା ବାହାରି ପାରି ନଥିଲା । ରାସ୍ତା ଅବରୋଧ କରିଥିବା ୩୫ ଜଣ ଚାଷୀଙ୍କୁ ପୋଲିସ ଗିରଫ କରିଥିଲା । ଜିଲ୍ଲା କୃଷକ ସଙ୍ଗଠନ ସଭାପତି ରାଜେନ୍ଦ୍ର ନାଏକ, ଜିଲ୍ଲା ସମ୍ପାଦକ ଧର୍ମେନ୍ଦ୍ର ମେହର, ଜିଲ୍ଲା ଉପସଭାପତି ବୈକୁଣ୍ଠ ଶତପଥୀ, ବୀରମହାରାଜପୁର କୃଷକ ବିକାଶ ପରିଷଦ ସଭାପତି ପ୍ରଦୀପ ସ୍ବାଇଁ ,ରାଜେନ୍ଦ୍ର ପଧାନ, କିଶୋର ହୋତା, ଭଗବାନ ବାଘ, ନରୋତ୍ତମ ପଧାନ, ବୈମକେଶ ପଣ୍ଡା, ପୂର୍ଣଚନ୍ଦ୍ର ଘୁଷୁରି, ମୁକୁନ୍ଦ ବିଶ୍ବାଲ ,ସତ୍ୟ ପଧାନ, ଗୋପାଲ ଦାସ, ଅକ୍ରୃର ଦନ୍ତା, ଦିଲ୍ଲୀପ ପଧାନ, ପଦାର୍ଥ ଜଗଦଲା ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.