ବୁଗୁଡା (ଡ଼ଃ. କୁମୁଦ ଚନ୍ଦ୍ର ବେହେରା) : ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ସଭା ଗୃହରେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କ ଅଧ୍ୟକ୍ଷତାରେ ଧାନ ମଣ୍ଡି ଖୋଲିବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ତହସିଲଦାର ସଂଗ୍ରାମ କେଶରୀ ଜେନା, ସଭ୍ୟ ଇ.ମଦନ ଗୋପାଳ ଦୋରା, ଏସ.ଆର.ସି.ଏସ. ଲିଙ୍ଗରାଜ ବେହେରା ଏବଂ ଏ.ସି.ଏସ.ଓ. ଏଲ ଏନ ବେହେରାଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଗତ ବର୍ଷ ୫୮୮୧ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ଚଳିତ ବର୍ଷ ୬୦୩୭ ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି। ଚଳିତ ବର୍ଷ ଧାନ କୁଇଣ୍ଟାଲ ପିଛା କ୍ରୟ ମୂଲ୍ୟ ୧୮୬୮ ଟଙ୍କା ଧାର୍ଯ୍ୟ ହୋଇଅଛି। ଚଳିତ ମାସ ଅର୍ଥାତ ଡିସେମ୍ବର ୧୬ ତାରିଖ ଠାରୁ ମଣ୍ଡିରେ ଧାନ କିଣା ଆରମ୍ଭ ହେବ ବୋଲି ଠିକ୍ କରାଯାଇଛି। ଚାଷୀମାନଙ୍କ ଧାର୍ଯ୍ୟ ଧାନ ପରିମାଣ ଭୁଲଥିଲେ ସେବା ସମବାୟ ସମିତି କାର୍ଯ୍ୟାଳୟରେ ସଂଶୋଧନ କରିପାରିବେ। ଚାଷୀମାନେ ସେମାନଙ୍କ ଧାର୍ଯ୍ୟ ପରିମାଣର ଧାନ ଏକ କାଳୀନ ହିଁ ବିକ୍ରି କରିବେ। ଦ୍ଵିତୀୟ ଥର ପାଇଁ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯିବ ନାହିଁ। ସେହିପରି ଗତ ବର୍ଷ ଟୋକେନ୍ ଧାର୍ଯ୍ୟ ସମୟ ୭ ଦିନ ଥିବାବେଳେ ଚଳିତ ବର୍ଷ ଟୋକେନ୍ ଧାର୍ଯ୍ୟ ସମୟ ୩୦ ଦିନ ରଖା ଯାଇଛି। ଗତବର୍ଷ ପ୍ରକାରେ ଚଳିତ ବର୍ଷ ଟୋକେନ୍ ଓ ଟଙ୍କା ପୈଠ ସେହି ପ୍ରକାର କାର୍ଯ୍ୟକାରୀ ହେବ। ଚାଷୀମାନେ ନିଜର ବ୍ୟାଙ୍କ ଆକାଉଣ୍ଟ ନମ୍ବର ଓ ଆଧାର କାର୍ଡ ନମ୍ବର ସଠିକ୍ ଭାବେ ସେବା ସମବାୟ ସମିତିରେ ଦାଖଲ କରିବାକୁ ଅନୁରୋଧ କରାଯାଇଛି। ୧୪ ଟି ସେବା ସମବାୟ ସମିତି ଥିବାବେଳେ କେତୋଟି ମଣ୍ଡି ଖୋଲାଯିବ ତାହା ଜିଲ୍ଲା ପ୍ରଶାସନ ଘୋଷଣା କରିବେ ବୋଲି ବୁଗୁଡା ଯୋଗାଣ ଅଧିକାରୀ ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.