ପଟିଆ ଓ ଶହିଦ ନଗରରେ ରୁଚି ଫ୍ରଜିଟର ଆଉଟଲେଟ ଉଦଘାଟିତ 

0

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ପଟିଆ ଓ ଶହିଦ ନଗର ଠାରେ ଓଡ଼ିଶାର ଅଗ୍ରଣୀ ମସଲା ଓ ଖାଦ୍ୟ ଉତ୍ପାଦନକାରୀ ପ୍ରତିଷ୍ଠାନ ରୁଚି ପକ୍ଷରୁ ଦୁଇଟି ଫ୍ରଜିଟ ଆଉଟଲେଟର ଶୁଭ ଉଦଘାଟନ ହୋଇଯାଇଛି |  ପଟିଆସ୍ଥିତ ଇନ୍ଦ୍ର ପ୍ୟାଲେସର ଶପ ନମ୍ବର 3 ଠାରେ ଫ୍ରଜିଟର ନୂତନ ଆଉଟଲେଟକୁ ଉଦଘାଟନ କରିଥିଲେ ମୁଖ୍ୟ ଅତିଥି ମାତୃପ୍ରସାଦ ମିଶ୍ର, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ, ଆଦିତ୍ୟ ବାହିନୀ, ଗୋବର୍ଦ୍ଧନ ମଠ ପୁରୀ ଏବଂ ଡ଼. ଶରତ କୁମାର ସାହୁ, ପରିଚାଳନା ନିର୍ଦ୍ଦେଶକ, ରୁଚି | ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ରୁଚିର ନିର୍ଦ୍ଦେଶିକା ଶ୍ରୀମତି ରଶ୍ମି ସାହୁ | ସେହିପରି ଶହିଦ ନଗର ସ୍ଥିତ ସି-8 ଶପଠାରେ ଫ୍ରଜିଟର ଅନ୍ୟ ଏକ  ଆଉଟଲେଟକୁ ଉଦଘାଟନ କରିଥିଲେ ମୁଖ୍ୟ ଅତିଥି  ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା | ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ରୁଚିର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅରବିନ୍ଦ ସାହୁ | ଏହି ଦୁଇଟି ଫ୍ରଜିଟ ଆଉଟଲେଟର ସତ୍ଵାଧିକାରୀ ଶ୍ରୀଯୁକ୍ତ ବିଶ୍ୱଜିତ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉଦଘାଟନ ଉତ୍ସବରେ ଯୋଗଦେଇ ଅତିଥିମାନେ ରୁଚି ଓ ଫ୍ରଜିଟର ଏହି ପ୍ରକଳ୍ପକୁ ଖୁବ ପ୍ରଶଂସା କରିଥିଲେ | ମସଲାରେ ଯେପରି ରୁଚି ଆଗରେ ସେହିପରି ଫ୍ରଜେନ ଫୁଡସ, ରେଡି ଟୁ ଇଟ ଫୁଡସ, ବେକରି, ମୃଦ୍ୟୁ ପାନୀୟ ଉତ୍ପାଦନରେ ମଧ୍ୟ ଆଗଧାଡିରେ ନିଜର ସ୍ଥାନ ଅଳଙ୍କୃତ କରିବା ସହ ଖାଉଟି ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଛାପ ଛାଡିବ ବୋଲି ଅତିଥିମାନେ ପ୍ରକାଶ କରିଥିଲେ | 

ଏହି ଦୁଇଟି ଆଉଟଲେଟରେ ବିଭିନ୍ନ ପ୍ରକାର ସୁସ୍ୱାଦୁ ପିଜା, ବର୍ଗର, ରୋଲ, ସାଣ୍ଡୱିଚ, ପାସ୍ତା, କେକ, ନୁଡୁଲସ, ବିରିୟାନୀ, ପୋଡପିଠା, ଖିରି ଏବଂ ଆହୁରି ଅନ୍ୟାନ୍ୟ ଜିନିଷ ଉପଲବ୍ଧ ହେବା ବେଳେ ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ 10% ରିହାତି (ବାଲିଯାତ୍ରା ଅଫର)ର ସୁବିଧା ରହିଛି ବୋଲି ପ୍ରକାଶ କରିଥିଲେ ଫ୍ରଜିଟର ଅର୍ଥ ବିଭାଗର ମୁଖ୍ୟ ଶ୍ରୀ ଶ୍ରୀକାନ୍ତ ମହାପାତ୍ର | ଆଜିର ଏହି ଉଦଘାଟନୀ ଉତ୍ସବରେ ସହଯୋଗ କରିଥିଲେ ଫ୍ରଜିଟର ଲୋକ ସମ୍ପର୍କ ବିଭାଗର ଅଧିକାରୀ ଶ୍ରୀ ରୋମିତ ମହାନ୍ତି ଓ ଆଉଟଲେଟ ମ୍ୟାନେଜର ଶ୍ରୀ  ଅବିନାଶ ସିଂ|

Leave A Reply

Your email address will not be published.