ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଶିଳ୍ପୀ ବୃନ୍ଦାବନ ମହାରଣାଙ୍କୁ “ଶିଳ୍ପୀ ସମ୍ବର୍ଦ୍ଧନା” l

0

ସମ୍ବଲପୁର (ରମାକାନ୍ତ ବିଶ୍ବାଳ)- ଓଡ଼ିଶା ଲଳିତ କଳା ଏକାଡେମୀର ଧର୍ମପଦ ପୁରସ୍କାର ପ୍ରଦାନ ସମାରୋହ ରେ ରବିବାର ଚଳିତ  ବର୍ଷ ଶିଳ୍ପୀ  ବୃନ୍ଦାବନ ମହାରଣାଙ୍କୁ “ଶିଳ୍ପୀ ସମ୍ବର୍ଦ୍ଧନା” ପ୍ରଦାନ  କରାଯାଇଛି l ଭୁବନେଶ୍ବର ସାଂସ୍କୃତିକ ଭବନ ସମାରୋହ ରାଜ୍ୟ  ସଂସ୍କୃତି ଓ ପର୍ଯ୍ୟଟନ  ମନ୍ତ୍ରୀ  ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ ପୂର୍ବକ  ଏହି ସମ୍ବର୍ଦ୍ଧନା  ପ୍ରଦାନ କରିଥିଲେ ।ସମାରୋହ ରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସଭାପତି,ସାଂସ୍କୃତିକ ନିର୍ଦ୍ଦେଶକ, ଶାସନ ସଚିବ, ଏକାଡେମୀର ସଚିବ ଗଜେନ୍ଦ୍ର ସାହୁ ମଞ୍ଚାସୀନ ଥିଲେ। ପ୍ରକାଶ ଥାଉକି ୨୦୧୬ ରୁ ୨୦୨୦ ପର୍ଯ୍ୟନ୍ତ ୫  ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ଓ ପ୍ରତି ବର୍ଷ ପାଇଁ ୫  ଜଣ ବରିଷ୍ଠ ଶିଳ୍ପୀ ଙ୍କୁ ଏ ସମ୍ମାନ ଦିଆଯାଇଆସୁଛି l ଶ୍ରୀମହାରଣା ଏହା ପୂର୍ବରୁ ରାଷ୍ଟ୍ରପତି ପୁରସ୍କାର ପାଇବା ସଙ୍ଗେ ସଙ୍ଗେ ବିଭିନ୍ନ ଅନୁଷ୍ଠାନରୁ ଗୁରୁଗୌରବ, କଳାଗୁରୁ,ଚିତ୍ର କୁସୁମ ପ୍ରଭୃତି ଅନେକ ସମ୍ମାନ ପାଇସାରିଛନ୍ତି।ତାଙ୍କର ଜନ୍ମ ସୋନପୁର ଠାରେ ଏକ କଳାକାର ପରିବାରରେ ହୋଇଥିଲା।  ପିଲାଦିନ ରୁ ମୁର୍ତ୍ତିକଳା ଓ ଚିତ୍ରକଳା ସାଧନା ଥିଲା । ୧୯୮୦ ମସିହାରେ ଖଲ୍ଲିକୋଟ ଚାରୁ ଓ କାରୁ କଳା ମହାବିଦ୍ୟାଳୟରୁ ଅଧ୍ୟୟନ ସାରି କଳାଶିକ୍ଷକ ଭାବରେ ସି ଟି ସ୍କୁଲ ସୋନପୁର ରୁ ଆରମ୍ଭ କରି ୧୯୮୭ ମସିହାରୁ ୨୦୧୯  ପର୍ଯ୍ୟନ୍ତ  ଜବାହର ନବୋଦୟ ବିଦ୍ୟାଳୟ ,ଗୋଶାଳା ରେ କାର୍ଯ୍ୟକରି ଇତି ମଧ୍ୟରେ  ଅବସର ଗ୍ରହଣ  କରିଛନ୍ତି। ପିଲାଙ୍କୁ କଳାଶିକ୍ଷକ ପ୍ରଦାନ କରିବା ସଙ୍ଗେ ସଙ୍ଗେ ତାଙ୍କର ଉତ୍କୃଷ୍ଟ ଚିତ୍ରଚିତ୍ର କଳା ,ମୂର୍ତ୍ତିକଳା ପାଇଁ ସେ ଓଡ଼ିଶା ତଥା ଓଡ଼ିଶା ବାହାରେ ମଧ୍ୟ  ବହୁପରିଚିତ ।ଏହା ବ୍ୟାରିତ  ସେ କଳା  ସମ୍ବନ୍ଧିତ ପ୍ରବନ୍ଧ ଓ କ୍ଷୁଦ୍ରଗଳ୍ପ ର ଜଣେ ସୁ ଲେଖକ ମଧ୍ୟ । ସଙ୍ଗୀତ ତାଙ୍କର  ରୁଚି। ଶିକ୍ଷକ ଭାବରେ ସେ ଛାତ୍ର ମାନଙ୍କର ଖୁବ ପ୍ରିୟ ଓ ଆଦର୍ଶ। ନିରନ୍ତର କଳାସାଧନା, କଳାର ପ୍ରଚାର ଓ ପ୍ରସାର ପାଇଁ ତାଙ୍କୁ ଓଡ଼ିଶା ସରକାର ଏହି ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ତେବେ ଏହି ସମ୍ମାନ ର ସମସ୍ତ  ଶ୍ରେୟ ସେ ତାଙ୍କର ପରିବାର, ବିଶେଷ କରି ପତ୍ନୀ ସଙ୍ଗୀତା ମହାରଣା ଓ ଝିଅ ମାନଙ୍କୁ ଦେବା ସଙ୍ଗେ ସଙ୍ଗେ ତାଙ୍କର ସମସ୍ତ କଳାପ୍ରେମୀ ବନ୍ଧୁଗଣଙ୍କୁ ଦିଅନ୍ତି। କାରଣ ତାଙ୍କର ପ୍ରେରଣା ଓ ସହଯୋଗ ହିଁ ତାଙ୍କୁ ପ୍ରତିଷ୍ଠିତ କରିଅଛି। ବର୍ତ୍ତମାନ ସେ ସମ୍ବଲପୁର ର ଗୋଲଗୁଣ୍ଡା ଠାରେ ଅବସ୍ଥାନ କରି କଳା ସାଧନାରେ ଲାଗି ରହିଛନ୍ତି।

Leave A Reply

Your email address will not be published.