ସାମାଜିକ ପରମ୍ପରା ନୁହେଁ, ସନ୍ତାନର କର୍ତ୍ତବ୍ୟ ସବୁଠାରୁ ବଡ଼। 

0

ବାପାଙ୍କ ମୃତଦେହକୁ କାନ୍ଧରେ ବୋହିନେଲେ ଚାରି ଝିଅ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ସମାଜ ତିଆରି କରିଥିବା ନୀତିନିୟମ ମଣିଷର ଉପକାର ପାଇଁ ହେବା ଉଚିତ୍। ମାତ୍ର ଅନେକ ସମୟରେ ଏହି ନୀତିନିୟମ ଲୋକଙ୍କ ପାଇଁ ଭୀଷଣ ସମସ୍ୟା ଭାବରେ ଠିଆ ହୁଅନ୍ତି। ବାପ ମଲା ପରେ ପୁଅ ବା ପୁରୁଷ ଲୋକ ହିଁ ଶ୍ମଶାନକୁ କାନ୍ଧେଇ ନେବାର ପରମ୍ପରା ରହିଛି। ମହିଳାଙ୍କୁ ତ ଶ୍ମଶାନ ମଧ୍ୟ ମନା। ମାତ୍ର ଝାରସୁଗୁଡ଼ାର ଲଇକେରା ବ୍ଲକର କେନ୍ଦୁଡିହି ଗ୍ରାମର ଘଟଣା ଆଜି ଋଢି଼ବାଦୀମାନଙ୍କୁ ଏକ ଶକ୍ତ ଜବାବ ସଦୃଶ ଅଟେ। ବାପାଙ୍କ ମୃତଦେହକୁ ଚାରି ଝିଅ ଶ୍ମଶାନକୁ ବୋହି ନେଇ  ସମସ୍ତ ପରମ୍ପରାକୁ ଭାଙ୍ଗି ଦେଇଛନ୍ତି। 

ମଙ୍ଗଳବାର କେନ୍ଦୁଡ଼ିହି ଗ୍ରାମର ୯୧ ବର୍ଷ ବୟସ୍କ ଲକ୍ଷ୍ମଣ କିସାନଙ୍କ ଦେହାନ୍ତ ହୋଇଛି। ତାଙ୍କର କେହି ପୁତ୍ର ସନ୍ତାନ ନ ଥିବାରୁ ସମାଜର ସମସ୍ତ କଟକଣାକୁ ଖାତିର ନକରି ବାପାଙ୍କ ପାର୍ଥିବ ଶରୀରକୁ କାନ୍ଧେଇ ନେଇଥିଲେ ଚାରି ଝିଅ ସୁରୁଜ ବୁଦୁଲା, ଯଶୋବନ୍ତ କିିଶାନ, ରଜନୀ ପ୍ରଧାନ ଓ ସବିିତା ମାଝି। ଘରୁ ବାପାଙ୍କ ପାର୍ଥିବ ଶରୀରକୁ କାନ୍ଧେଇ କିଛି ବାଟ ଯିବା ପରେ ଉପସ୍ଥିତ ବନ୍ଧୁ-ବାନ୍ଧବ କାନ୍ଧ ଦେଇ ଶ୍ମଶାନକୁ ନେଇଥିଲେ। କୋଭିଡ କଟକଣା ମଧ୍ୟରେ ଅନ୍ତ୍ୟେଷ୍ଟି କାର୍ଯ୍ୟ ସମାପନରେ ଲକ୍ଷ୍ମଣଙ୍କ ନାତି ଆକାଶ ମାଝୀ ମୁଖାଗ୍ନି ଦେଇଥିଲେ।

Leave A Reply

Your email address will not be published.