ରେଡ୍ ରିବନ କ୍ଳବ ତରଫରୁ ବିଶ୍ଵ ଏଡସ୍ ଦିବସ ପାଳିତ

0

ଜଗନ୍ନାଥ ପ୍ରସାଦ ( ନିଲୁ ବିଷୋୟୀ ) –  ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ମହାବିଦ୍ୟାଳୟ, ଜଗନ୍ନାଥ ପ୍ରସାଦ ରେଡ୍ ରିବନ୍ କ୍ଳବ ଓ ଯୁବ ରେଡ୍ କ୍ରସ୍ ଶାଖା ଆନୁକୁଲ୍ୟରେ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି । ପ୍ରଫେସର ଡକ୍ଟର ପ୍ରମୋଦ କୁମାର ଚୌଧୁରୀଙ୍କ ସଭାପତିତ୍ବରେ ରେ କୋଭିଡ୍ ନିୟମ ପାଳନ ପୂର୍ବକ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରେଡ୍ କ୍ରସ୍ କାଉନ୍ସିଲର ପ୍ରାଧ୍ୟାପକ ଲୋକନାଥ ମହାନ୍ତି ଗଞ୍ଜାମରେ ଏଡସ୍ ର ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହିତ ଚଳିତ ବର୍ଷର ନାରା “ବିଶ୍ଵ ଏକତା, ସହଭାଗୀ ଦାୟିତ୍ଵ” ସମ୍ପର୍କରେ ଉଦବୋଧନ ଦେଇଥିଲେ । ଡଃ ଚୌଧୁରୀ ଏଡସ୍ ରୋଗର କାରଣ ଓ ନିରାକରଣ ଉପରେ ଉଦବୋଧନ ଦେଇଥିଲେ I ବକ୍ତା ଭାବରେ ଅଧ୍ୟାପକ ବିଭୂତି ଭୂଷଣ ପ୍ରଧାନ ଏଡସ୍ ନିରାକରଣରେ ସ୍ଵେଚ୍ଛାସେବୀ ମାନଙ୍କ ଭୂମିକା ସମ୍ପର୍କରେ ଉଦବୋଧନ ଦେଇଥିଲେ। କମ୍ପ୍ୟୁଟର୍ ସଂଯୋଜକ ସରୋଜ କୁମାର ନାୟକ ନିଜର କଲେଜ ଜୀବନରେ ଏଡସ ରୋଗୀକୁ କିପରି ସହାୟତା କରିଥିଲେ ସେ ଅନୁଭୂତି ବର୍ଣ୍ଣନା କରିବା ସହିତ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ । ସ୍ଵେଚ୍ଛାସେବୀ ଫକୀର ମୋହନ ସେନାପତି, ଅଶୋକ ବାରିକ, ଚନ୍ଦନ ପ୍ରଧାନ ଓ ଅବିନାଶ ଡାକୁଆ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave A Reply

Your email address will not be published.