କେବଳ ଗୋଟିଏ କଲ୍-ଗୋଟିଏ କ୍ଲିକ୍ : ଘରେ ଜରୁରି ସାମଗ୍ରୀ ପହଞ୍ଚାଇବ ଏଜିସି କାର୍ଟ

0

ଭୁବନେଶ୍ବର: ସାମ୍ପ୍ରତିକ କରୋନା କାଳରେ ସମସ୍ତେ ଚାହାନ୍ତି ବାହାରକୁ ନଯାଇ ଘରେ ପହଞ୍ଚିଯାଉ ନିଜ ଆବଶ୍ୟକ ସାମଗ୍ରୀ। ତାହାପୁଣି ଯେତେ ସଅଳ ଉପଲବ୍ଧ ହେବ ଭଲ। ବିଭିନ୍ନ କମ୍ପାନି ହୋମ ଡେଲିଭରି ସୁବିଧା ପ୍ରଦାନ କରୁଛନ୍ତି। କିନ୍ତୁ ସେମାନଙ୍କଠାରୁ ଅଧିକ ଉନ୍ନତ ଓ ସହଜରେ ସେବା ଯୋଗାଇଦେବା ପାଇଁ ଆଗେଇ ଆସିଛି ଅରୋଶ୍ରୀ ଗ୍ରୁପ। ଏହି ଗ୍ରୁପ ଦ୍ବାରା ପରିଚାଳିତ ଏଜିସି କାର୍ଟ (www.agckart.com) ଆଜି ବିଧିବଦ୍ଧ ଭାବେ ଉନ୍ମୋଚିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ଏବଂ ସମ୍ମାନିତ ଅତିଥି ଭାବେ ଅଭିନେତା, ସମାଜସେବୀ ତଥା କମ୍ପାନିର ବ୍ରାଣ୍ଡ ଆମ୍ବାସଡର ସବ୍ୟସାଚି ମିଶ୍ର ପ୍ରମୁଖ ଯୋଗଦେଇ ଏଜିସି କାର୍ଟ ଖୁବଶୀଘ୍ର ଲୋକଙ୍କ ଦ୍ବାରା ଆଦୃତ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଥିଲେ।

ଅତିଥିମାନେ କହିଥିଲେ ଯେ, ଅନ୍ୟ କମ୍ପାନି ଅପେକ୍ଷା ଏଜିସି କାର୍ଟର କିଛି ସ୍ବତନ୍ତ୍ର ସୁବିଧା ରହିଛି । ଫଳରେ ଏହା ଯେକୌଣସି ବର୍ଗର ଲୋକଙ୍କ ପାଇଁ ବେଶ ସୁହାଇବ। ଖାଲି ଏତିକି ନୁହେଁ, ଏଜିସି କାର୍ଟରେ ଅର୍ଡର ପାଇଁ ସର୍ବନିମ୍ନ ଅର୍ଥ ରାଶି ନିର୍ଦ୍ଧାରିତ କରାଯାଇନାହିଁ। ଡିଜିଟାଲ୍ ମାର୍କେଟିଂର ଚାହିଦାକୁ ଦୃଷ୍ଟିରେ ରଖି ଗ୍ରାହକଙ୍କୁ ସୁହାଇଲା ଭଳି ଅଫର୍ ଓ ସେବା ପ୍ରଦାନ କ୍ଷେତ୍ରରେ ଏଜିସି କାର୍ଟ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମଧ୍ୟ ଅତିଥିବୃନ୍ଦ ମତ ଦେଇଛନ୍ତି। ଏହି ଅବସରରେ ଏଜିସି କାର୍ଟର ପରିଚାଳକ ସଂଗ୍ରାମ କେଶରୀ ମହାନ୍ତି କହିଥିଲେ ଯେ ପ୍ରଥମ ପର୍ଯ୍ୟାୟରେ ଏହି ହୋମ୍ ଡେଲିଭରି ସୁବିଧା ରାଜଧାନୀ ପାଇଁ ଉପଲବ୍ଧ ଥିବାବେଳେ ଖୁବ୍ଶୀଘ୍ର ଟ୍ବିନ୍ ସିଟିର ସବୁ ଅଞ୍ଚଳରେ ଏହି ସେବା ଯୋଗାଇ ଦେବାକୁ ଉଦ୍ୟମ କରାଯାଉଛି। ଘରେ ବସି ଲୋକେ ରାସନ, ପନିପରିବା, ଦୁଗ୍ଧଜାତ ଦ୍ରବ୍ୟ ସମେତ ଆମିଷ ସାମଗ୍ରୀ ଅର୍ଡର ଦେଇପାରିବେ ଏବଂ ଠିକ୍ ସମୟରେ ଲୋକଙ୍କ ଘରେ ଆବଶ୍ୟକ ଜିନିଷ ପହଞ୍ଚାଇ ଦେବାକୁ ଆମେ ସଂକଳ୍ପବଦ୍ଧ ବୋଲି ପରିଚାଳକ ଶ୍ରୀ ମହାନ୍ତି କହିଥିଲେ।

ସୂଚନାଯୋଗ୍ୟ ଯେ, ଗୁଗୁଲ୍ ପ୍ଲେ-ଷ୍ଟୋର୍ ଏବଂ ଆପଲ୍ ଷ୍ଟୋରରୁ ଏଜିସି କାର୍ଟର ଆପ୍ ଡାଉନଲୋଡ୍ କରିହେବ। ସେହିପରି କମ୍ପାନିର ଓ୍ବେବସାଇଟ  www.agckart.com ଏବଂ ଟୋଲ-ଫ୍ରି ନମ୍ବର ୧୮୦୦-୧୨୦-୭୭୬୭ରେ ଆବଶ୍ୟକ ସାମଗ୍ରୀ ଅର୍ଡର୍ କରାଯାଇପାରିବ। ରାଜଧାନୀସ୍ଥିତ କ୍ରିଏଟିଭ୍ ଏଜେନ୍ସି ଇଡେକ୍ସ ମିଡିଆ ଆଣ୍ଡ୍ କମ୍ୟୁନିକେସନ୍ ଦ୍ବାରା କାର୍ଯ୍ୟକ୍ରମଟି ସଂଯୋଜିତ ହୋଇଥିଲା।

 

Leave A Reply

Your email address will not be published.