ଭଞ୍ଜନଗର ଏନ.ଏ. ସି ରେ ଘରକୁ ଘର ବୁଲି ପରିବେଶ ଓ ପରିମଳ ବ୍ୟବସ୍ଥା ଅନୁଧ୍ୟାନ କଲେ ଉପଜିଲ୍ଲାପାଳ 

0

ଭଞ୍ଜନଗର ( ନିଲୁ ବିଷୋୟୀ) – ଭଞ୍ଜନଗର ଏନ.ଏ. ସି ର  ପରିମଳ ଓ ପରିବେଶ ପ୍ରତି ପ୍ରଶାସନ ଗୁରତ୍ୱ ଦେଉଥିବା ଦେଖାଦେଇଛି। ଭଞ୍ଜନଗର ଏନ.ଏ. ସି କୁ  ସୁନ୍ଦର ଓ ନିର୍ମଳ ଏନ.ଏ.ସି ରେ ପରିଣତ କରିବା ପାଇଁ  ପ୍ରଶାସନ ପକ୍ଷରୁ  ପ୍ରୟାସ ଜାରି ରହିଛି । ପ୍ରତି ୱାର୍ଡରେ କମିଟି ଗଠନ, କର୍ମଚାରୀଙ୍କୁ ତାଲିମ, ପ୍ରତ୍ୟେକ ସାହିରେ ବୈଠକ ଓ ଆଲୋଚନା ହୋଇଥିବା ବେଳେ ଅଧିକାଂଶ ବୈଠକରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ  ଯୋଗଦେବା କୁ ନେଇ  ଅନୁମାନ କଲେ ଏହା ଜଣାପଡୁଛି ଯେ ଭଞ୍ଜନଗର ଏନ.ଏ. ସି  ପାଇଁ ପ୍ରଶାସନ ଅଣ୍ଟା ଭିଡିଛି। ସେହିପରି  ଆଜି ଭଞ୍ଜନଗର ଏନ.ଏ.ସି  ପ୍ରଶାସକ ତଥା ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଓ ଭଞ୍ଜନଗର ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ  ଘରକୁ ଘର ଯାଇ ଲୋକଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି। ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ ଜନସାଧାରଣଙ୍କୁ ନିଜ ସହରକୁ ପରିଷ୍କାର ଓ ସୁନ୍ଦର ରଖିବା ପାଇଁ ସଫେଇ କର୍ମଚାରୀଙ୍କୁ ସହଯୋଗ କରିବାକୁ ଅପିଲ କରିଥିଲେ। ସେହିପରି ପ୍ରତି ଦୋକାନରେ ପ୍ରତି ୫ମିଟର ପରିସର ମଧ୍ୟରେ ପରିସ୍କାର ପରିଚ୍ଛନ୍ନତା ରଖିବାକୁ ସେ କହିଥିଲେ। ଅଳିଆ ଆବର୍ଜନା ରାସ୍ତା ଓ ନର୍ଦ୍ଦମାରେ ନପକାଇ ନିଜ ଘର ଆଗରେ ବ୍ଲୁ ଏବଂ ଗ୍ରୀନ ଡ଼ଷ୍ଟପିନ ରେ  ରଖିଲେ ସଫେଇ କର୍ମଚାରୀ ବୃନ୍ଦ ତାହା ଉଠାଇ ଗାଡ଼ିରେ ନେଇଯିବେ ବୋଲି ବୁଝାଉ ଥିବା ଜଣାପଡିଛି। ପ୍ରଶାସନିକ ତପ୍ତରତା ଯୋଗୁଁ ଭଞ୍ଜନଗର ଏନ.ଏ. ସି  ଏକ ସୁନ୍ଦର ଏନ.ଏ. ସି ରେ ପରିଣତ ହେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.