ଲଖନପୁର ତହସିଲକୁ ସବଡିଭିଜନ ମାନ୍ୟତା ଓ ବ୍ଲକକୁ ତିନୋଟି ବ୍ଲକରେ ବିଭକ୍ତକୁ ଦାବି ପ୍ରତି ବଢୁଛି ସମର୍ଥନ

0

ବିଭିନ୍ନ ସଂଗଠନ ସହ  ମୁହିମରେ ସାମିଲ ହେଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ। 

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ତହସିଲକୁ ସବଡିଭିଜନ ମାନ୍ୟତା ଓ ଏହି ବ୍ଲକକୁ ତିନୋଟି ବ୍ଲକରେ ବିଭକ୍ତ କରିବା ପାଇଁ ଦାବୀକୁ ସମର୍ଥନ ଯୋଗାଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି ବିଭିନ୍ନ ସଂଗଠନ। ସାଂସଦ ଶ୍ରୀ ସୁରେଶ ପୂଜାରୀ ମଧ୍ୟ ଆଜି ଏ ଅବସରରେ ମଧ୍ୟ ଆଜି ଏହି ଆନ୍ଦୋଳନରେ ସାମିଲ ହୋଇ ନିଜର ସମର୍ଥନ ଜଣାଇଛନ୍ତି। 

ଆନ୍ଦୋଳନର ପ୍ରଥମ ପର୍ଯ୍ୟାୟର ଶେଷ ଦିନରେ ଏହି ଆନ୍ଦୋଳନରେ ସାମିଲ ହୋଇ ଶ୍ରୀ ପୂଜାରୀ କହିଛନ୍ତି ଯେ ଏହା ଏକ ନ୍ୟାଯ୍ୟ ଦାବି ଏବଂ ଆଗାମୀ ଅଧିବେଶନରେ ସେ ଏହାକୁ ସଂସଦରେ ଉପସ୍ଥାପନ କରିବେ। ଲଖନପୁର ନାଗରିକ ପରିଷଦ ଦ୍ବାରା ଗତ ୨୪ ତାରିଖରୁ ଚାଲିଥିବା ଏହି ଆନ୍ଦୋଳନରେ ସମର୍ଥନ ଜଣାଇବାକୁ ଆଜି ଅନ୍ୟାନ୍ୟ ରାଜନୈତିକ ଓ ସାମାଜିକ ସଂଗଠନ ପହଞ୍ଚି ଥିଲେ। କୋଶଲ କ୍ରାନ୍ତି ଦଳର ସୁରେନ୍ଦ୍ର ସାହୁ, ବ୍ରଜରାଜନଗର ଆଞ୍ଚଳିକ ପରିଷଦର ରବି ସୋନୀ, ଲଖନପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଗୌତମ ପ୍ରଧାନ, ବିସ୍ଥାପିତ ସଂଗ୍ରାମ ସମିତିର ବିରଞ୍ଚି ସାହୁ, ପଶ୍ଚିମାଞ୍ଚଳ ଏକତା ମଞ୍ଚର ଅଜିତ କୁମାର ରଥ, ଗୁଣନିଧି ପତି, ସଞ୍ଜିବ କୁମାର ସାହୁ, ଆରତୀ ରାୟ, ବୋନାଥ ବଢ଼େଇ, ଭାଗବତ ସା, ବେଣୁଧର ଭୋଇ, ନରେନ୍ଦ୍ର ପଣ୍ଡା, ଲିଙ୍ଗରାଜ ବଢ଼େଇ, ରମାକାନ୍ତ ସାହୁ ଇତ୍ୟାଦି ଉପସ୍ଥିତ ରହି ନିଜର ସମର୍ଥନ ଜଣାଇଥିଲେ।

Leave A Reply

Your email address will not be published.