ସମ୍ବଲପୁର ଭିଜିଲାନ୍ସ ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ ସାରା ଶର୍ମା l

0

ସମ୍ବଲପୁର(ରମାକାନ୍ତବିଶ୍ବାଳ): ସମ୍ବଲପୁରର ଝିଅ ଆଇପିଏସ ଅଧିକାରୀ ସାରା ଶର୍ମା ଇତି ମଧ୍ୟରେ ସମ୍ବଲପୁର ଭିଜିଲାନ୍ସ ଏସପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି l ଜଣେ ଲୋକାଭିମୁଖୀ ତଥା ଲୋକଙ୍କ ଅଫିସର ଭାବେ ଜଣାଶୁଣା ସାରା ଗଜପତି ଜିଲ୍ଲାରେ ତାଙ୍କର କାର୍ଯ୍ୟକାଳ ଭିତରେ ପୋଲିସକୁ ଲୋକଙ୍କ ନିକଟତର କରାଇବାରେ ସକ୍ଷମ ହେବ ସହ ଲୋକଙ୍କ ଭରସା ଜିତି ପାରିଥିଲା |

କେତେବେଳେ କନ୍ୟା ରତ୍ନଙ୍କ ମର୍ଯ୍ୟାଦା ଓ ନିରାପତ୍ତା ନିଶ୍ଚିତ କରିବା ପାଇଁ ” ସି “-ଟମ୍ , ଜିଲ୍ଲାର ବେକାର ଯୁବକଯୁବତୀ ମାନଙ୍କୁ ନେଇ ସାମରିକ ଓ ଅର୍ଦ୍ଧସାମରିକ ବାହିନୀରେ ନିଯୁକ୍ତି ହେବାପାଇଁ ନିଜକୁ ପୂର୍ବରୁ କିଭଳି ପ୍ରସ୍ତୁତ ରଖିବା ସହ ଆତ୍ମବିଶ୍ୱାସ ବୃଦ୍ଧି କରି ସେମାନଙ୍କ ଦକ୍ଷତା ବଢ଼ାଇବା ପାଇଁ “ଉଡାନ”, ଭୋକିଲା ଅସହାୟ ଲୋକଙ୍କ ମୁହଁରେ ଅନ୍ନ ତଥା ସେମାନଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ସାରଙ୍କ ଅଭିନବ ପରିକଳ୍ପନା “ଅକ୍ଷୟ ଦାନ ପାତ୍ର” , ଜିଲ୍ଲାର ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ “ଆରୋଗ୍ୟ” କାର୍ଯ୍ୟକ୍ରମ , କିନ୍ନର ମାନଙ୍କୁ ରୋଜଗାର କ୍ଷମ କରି ସେମାନଙ୍କୁ ସ୍ୱାବଲମ୍ବୀ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସୁରଭି ଓମଫେଡ୍ ପାର୍ଲର, କେତେ ବେଳେ ମହିଳା ଓ ଜନସାଧାରଣଙ୍କ ସେବା ତ ଆଉ କେତେବେଳେ  ଗୀତ ଗାଇ ବିଭିନ୍ନ କ୍ଷେତ୍ରରେ ଲୋକଙ୍କୁ କରାଇଛନ୍ତି ସଚେତନ ତା ଆଉ କେତେବେଳେ ଆଦିବାସୀ ତଥା ସମସ୍ୟା ବହୁଳ ସିଣ୍ଡିବୁର ଗ୍ରାମକୁ ଆଦର୍ଶ ତଥା “ପୋଷ୍ୟ” ଗ୍ରାମ ଭାବେ ଗ୍ରହଣ କରି ପୁଣି ଚର୍ଚାକୁ ଆସିଥିଲେ ତତ୍କାଳୀନ  ଗଜପତି ଏସପି ସାରା ଶର୍ମା।

ଏବେ ସେ ଭିଜିଲାନ୍ସ ଏସପି ଭାବେ ଯୋଗ ଦେଇଛନ୍ତି ସମ୍ବଲପୁରରେ | ଏଠାରେ ଏସପି ଦାୟିତ୍ୱ ରେ ଥିବା ସୁବାସ ସ୍ୱାଇଁ ଙ୍କ ରାଉରକେଲା ବଦଳି ହେବା ପରେ ୨୦୧୦ ବ୍ୟାଚ ଆଇପିଏସ ଅଫିସର ସାରା ନୂଆଁ ଦାୟିତ୍ୱ ଗ୍ରହଣ କରିଛନ୍ତି l

        

Leave A Reply

Your email address will not be published.