ଓଡଗାଁ ଶ୍ରୀ ରଘୁନାଥ ଜୀଉଙ୍କ ପଂଚୁକ  ପର୍ବ : ମତ୍ସ୍ୟ  କଚ୍ଛପ ବେଶରେ ପ୍ରଭୁ ରଘୁନାଥ

0

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଆଜି କାର୍ତୀକ ମାସ ପଂଚୁକ ଦିତୀୟ ସନ୍ଧ୍ୟା ମଳ ଦ୍ୱାଦଶୀ ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ  ହୋଇଥିବା ବେଳେ ପ୍ରସିଦ୍ଧ ଓଡ଼ଗାଁ ସ୍ୱର୍ଣ୍ଣ କଳଶ କ୍ଷେତ୍ର ଶ୍ରୀରଘୁନାଥ ଜିଉଙ୍କ ପୀଠରେ ରଘୁନାଥଙ୍କ ମତ୍ସ୍ୟ ଏବଂ ଅନୁଜ ଲକ୍ଷ୍ମଣଙ୍କ କଚ୍ଛପ ବେଶ ଅନୁଷ୍ଠିତ ହୋଇଥିଲା । କରୋନା କଟକଣା ପାଇଁ ଚଳିତ ବର୍ଷ ହବିଷ୍ୟାଳିମାନେ ପୁରୀକୁ ଯାଇ ପାରିନଥିବା  ବେଳେ ନବଦୁର୍ବାଦଳ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଶ୍ୟାମଳ ମୁର୍ତି ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ସାନିଧ୍ୟ ପାଇବାର ଆଶା ନେଇ ଅନେକ ଭକ୍ତ ମନ୍ଦିରର ସିଂହ ଦ୍ୱାରରେ ରହି ପ୍ରଭୁଙ୍କ ଅପୁର୍ବ ବେଶକୁ ଦର୍ଶନ କରିଥିଲେ । ପାଶ୍ୱର୍ରେ ମା’ ସୀତାଙ୍କ ରାଧାରାଣୀ ବେଶ ସନ୍ଦର୍ଶନ କରି ଶ୍ରଦ୍ଧାଳୁ ଭକ୍ତ ଆତ୍ମତୃପ୍ତି ଲାଭ କରିଥିଲେ |

Leave A Reply

Your email address will not be published.