ବୁଗୁଡା(ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବାର ଆସୋସିଏସନ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଯାଞ୍ଚ ପରେ ନିର୍ବାଚନ ଅଧିକାରୀ ପ୍ରକାଶ କରିଥିବା ତାଲିକା ପ୍ରକାରେ ସଭାପତି ପଦବୀ ପାଇଁ ବନବାସୀ ମହାରଣା କେବଳ ଜଣେ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳ ଉପସଭାପତି ପଦବୀ ପାଇଁ ମଧ୍ୟ ସରୋଜ କୁମାର ଦାସ ଜଣେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସମ୍ପାଦକ ପଦବୀ ପାଇଁ ପ୍ରଭାତ କୁମାର ଜେନା ଓ ଶ୍ୟାମସୁନ୍ଦର ବିଷୋୟୀ ଦୁଇ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଯୁଗ୍ମସମ୍ପାଦକ ପଦବୀ ପାଇଁ ମନୋଜ କୁମାର ପାଣିଗ୍ରାହୀ ଓ ସରୋଜକାନ୍ତ ତ୍ରିପାଠୀ ଦୁଇ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। କାର୍ଯ୍ୟକାରୀ କମିଟି ପାଇଁ ତିନିଟି ପଦ ପାଇଁ ପ୍ରକାଶ ଚନ୍ଦ୍ର ଭୂୟାଁ ଓ ଦୁର୍ଗାମାଧବ ପଣ୍ଡା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। କୋଷାଧ୍ୟକ୍ଷ ଓ ଅନ୍ୟ ଏକ କାର୍ଯ୍ୟକାରୀ କମିଟି ପଦବୀ ପାଇଁ କେହି ମଧ୍ୟ ପ୍ରାର୍ଥୀ ପତ୍ର ଦାଖଲ କରିନଥିବା ଯୋଗୁଁ ସେହି ଦୁଇଟି ପଦବୀ ଖାଲି ରହିଛି। ଆସନ୍ତା କାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ସମୟ ଧାର୍ଯ୍ୟ ଥିବା ବେଳେ ଆସନ୍ତା କାଲି ସ୍ପଷ୍ଟ ଚିତ୍ର ଜଣାପଡିବ। ମାତ୍ର ସଭାପତି, ଉପସଭାପତି ଓ ଦୁଇ ଜଣ କାର୍ଯ୍ୟକାରୀ କମିଟି ସଭ୍ୟ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବା ଆଜିର ତାଲିକାରୁ ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.