ବାଘେରା ସାହି ସଫେଇ କାର୍ଯ୍ୟକୁ ପ୍ରସଂଶା କଲେ ଗ୍ରାମବାସୀ 

0

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର ): ନନ୍ଦିଘୋର ଗ୍ରାମ ବାଘେରା ସାହି କମିଟି ସଭ୍ୟମାନଙ୍କ ସହାୟତାରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା । କାର୍ତ୍ତିକ  ଧର୍ମ ମାସରେ ଶ୍ରଦ୍ଧାଳୁମାନଙ୍କ ଗମନା ଗମନ ତଥା ଗ୍ରାମର ପରିବେଶକୁ ପରିଷ୍କାର ପରିଚ୍ଛନ୍ନ କରିବା ଲକ୍ଷ୍ୟରେ ନନ୍ଦିଘୋର ଗ୍ରାମ ବାଘେରା ସାହି କମିଟିର ସଭ୍ୟ ମାନେ ମିଳିତ ହୋଇ ପ୍ରଭୁ ଶ୍ରୀନୀଳକଣ୍ଠେଶ୍ୱର ମନ୍ଦିର ନିକଟରୁ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରି ବାଘେରା ସାହି ପର୍ଯ୍ୟନ୍ତ ରାସ୍ତାକୁ ଆବର୍ଜନା ମୁକ୍ତ କରି ପରିଷ୍କାର କରିଥିଲେ । ପରବର୍ତି ସମୟରେ ମା’ବାଉତୀ ଠାକୁରାଣୀ ମନ୍ଦିର ନିକଟରୁ ବରମୁଣ୍ଡା ଛକ ପର୍ଯ୍ୟନ୍ତ ସଫେଇ କରାଯିବାକୁ  କାର୍ଯ୍ୟକ୍ରମ ଅବସରରେ ନିସ୍ପତି ଗ୍ରହଣ କରାଯାଇଥିଲା । କମିଟିର ସଭାପତି ଆଇନଜିବୀ ମନୋଜ କୁମାର ପଟ୍ଟନାୟକ, ସମ୍ପାଦକ ଗଜେନ୍ଦ୍ର ମହାରଣା, ସୁଧାକର ଷଡଙ୍ଗୀ, ଦୀନବନ୍ଧୁ ଷଡଙ୍ଗୀ, ବୃନ୍ଦାବନ ମଣ୍ଡଳ ସମେତ କମିଟିର ୧୫ ଜଣ ସଭ୍ୟ ଏକାଠି ହୋଇ ଏହି ସଫେଇ କାର୍ଯ୍ୟକ୍ରମ ହୋଇଥିଲା । ଏହି ସଫେଇ କାର୍ଯ୍ୟକ୍ରମରେ ବାସୁଦେବ ସାହୁଙ୍କୁ କାର୍ଯ୍ୟକ୍ରମର ଶ୍ରେଷ୍ଠ ସଭ୍ୟ ରୁପେ ୫୦୧ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା  । 

 

Leave A Reply

Your email address will not be published.