କ୍ୟାପିଟାଲ୍ ହସ୍ପିଟାଲରେ ଏମ୍ଆରଇ ପରୀକ୍ଷା ସୁବିଧା ଲୋକାର୍ପିତ

0

“ଉନ୍ନତ ସାର୍ବଜନୀନ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦିଆଯାଉଛି’ : ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ

ଭୁବନେଶ୍ୱର(ଶାସକ ପ୍ରଶାସକ) :ଉନ୍ନତ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଉପରେ ରାଜ୍ୟ ସରକାର ଅଗ୍ରାଧିକାର ଦେଇଛନ୍ତିା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ “ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା’ ଅଭିଯାନକୁ ଅଧିକ ସଶକ୍ତ କରିବା ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛିା କ୍ୟାପିଟାଲ୍ ହସ୍ପିଟାଲରେ ଏମ୍ଆରଇ ପରୀକ୍ଷା ସୁବିଧା ଉପଲବ୍ଧ କରାଇବା ଏପରି ପ୍ରୟାସରେ ଏକ ମାଇଲଖୁଣ୍ଟ ବିବେଚିତ ହେବା ଏହା ଫଳରେ ସହଜରେ ଓ ବିନା ମୂଲ୍ୟରେ ଏମ୍ଆରଇପରୀକ୍ଷା କରାଯାଇପାରିବା ରାଜ୍ୟର ଅନ୍ୟ ହସ୍ପିଟାଲମାନଙ୍କରେ ଏପରି ସୁବିଧା ପାଇଁ ଉଦ୍ୟମ ଅବ୍ୟାହତ ରହିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ ପ୍ରକାଶ କରିଛନ୍ତିା

ଆଜି ଭୁବନେଶ୍ୱରସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ୍ରେ ପିପିପି ମୋଡ୍ ପ୍ରତିଷ୍ଠିତ ଏମ୍ଆରଇ ପରୀକ୍ଷା ବ୍ୟବସ୍ଥାକୁ ମନ୍ତ୍ରୀ ଶ୍ରୀ ଦାସ ଲୋକାର୍ପଣ କରିଛନ୍ତିା ଏହି ବ୍ୟବସ୍ଥା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ରୋଗୀମାନଙ୍କର ଏମ୍ଆର୍ଆଇ ଟେଷ୍ଟ କରାଯାଇପାରିବା ଏଠାରେ ଏହି ବ୍ୟବସ୍ଥାରେ ମସ୍ତିଷ୍କର ଆନ୍ଜିଓ, ଭେନୋଗ୍ରାମ୍ ଓ ସ୍ପେକଫାରୋସ୍କୋପି ପରୀକ୍ଷା, ଅର୍ବିଟ୍, ମେରୁଦଣ୍ଡ, ମଣିବନ୍ଧ, କହୁଣି, କାନ୍ଧ, ଆଣ୍ଠୁ ଇତ୍ୟାଦି ଖଞ୍ଜା,ମୁହଁ ଓ ବେକ, ତଳିପେଟ, ହାତ, ଗୋଡ଼ ଓ ପାଦ ଇତ୍ୟାଦିର ସଂପୂର୍ଣ୍ଣ ଆଭ୍ୟନ୍ତରୀଣ ପରୀକ୍ଷା ସମ୍ଭବ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତିା

ରାଜ୍ୟରେ ପିପିପି ମୋଡରେ  ହୋଇଥିବା ଏହି ସର୍ବପ୍ରଥମ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ମଣିପାଲ୍ ହେଲ୍ଥ ମ୍ୟାପ୍ ଡାଇଗ୍ନୋଷ୍ଟିକ୍ସ ସ୍ୱାସ୍ଥ୍ୟାନୁଷ୍ଠାନ ସହିତ ରାଜିନାମା କ୍ରମେ ଆରମ୍ଭ ହୋଇଛିା ମଣିପାଲ୍ ସହିତ ରାଜ୍ୟ ସରକାର ଏଥି ପାଇଁ ଚଳିତ ବର୍ଷ ମାର୍ଚ୍ଚ ମାସରେ ଚୁକ୍ତି ସଂପାଦନ କରିଥିଲୋ ଅଗଷ୍ଟ ମାସରୁ କାର୍ଯ୍ୟ ଆରମ୍ଭ ହୋଇ ଚଳିତ ମାସ ୨୦ ତାରିଖରେ ସଂପୂର୍ଣ୍ଣ ହୋଇଥିଲାା ଏଥି ପାଇଁ ଆନୁମାନିକ ୮ କୋଟି ଟଙ୍କା ବ୍ୟୟ କରାଯାଇଛିା

ଏହି କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତଙ୍କ ସମେତ କ୍ୟାପିଟାଲ୍ ହସ୍ପିଟାଲ୍ର ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ, ଅଧୀକ୍ଷକ ଡାକ୍ତର ବିରଞ୍ଚୀ  ନାରାୟଣ ବାରିକ ଓ ଉପଅକ୍ଷୀକ୍ଷକ ଡାକ୍ତର ଧନଞ୍ଜୟ ଦାସ ପ୍ରମୁଖ ଉପସ୍ଥିତ ଥିଲୋ 

 

Leave A Reply

Your email address will not be published.