ଯୁବ ସଚେତନ ନାଗରିକ ସଂଘ ପକ୍ଷରୁ ରକ୍ତଦାନ ଶିବିର : ୪୧ ୟୁନିଟ ରକ୍ତସଂଗ୍ରହ, ୨ ଜଣ ରକ୍ତଦାତାଙ୍କୁ ସମ୍ବର୍ଦ୍ଧନା l

0

 

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ):  ଜମନକିରା ଡାକ୍ତରଖାନା ଠାରେ ଯୁବ ସଚେତନ ନାଗରିକ ସଂଘ  ପକ୍ଷରୁ ବୁଧବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଜମନକିରା ତହସିଲଦାର ଡ଼ା. ସୌମ୍ୟାରୂପା ରଥ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଶିବିର କୁ  ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଆଇଆଇସି ବାଳକୃଷ୍ଣ କହଁର, କୁଚିଣ୍ଡା ଚାଇଲଡ ଲାଇନର ନିର୍ଦ୍ଦେଶକ ପ୍ରଦୀପ ମହାକୁଳ, ସ୍ଥାନୀୟ ସରପଞ୍ଚ ଭାସ୍କର ଭୋଇ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସରୋଜ କୁମାର ଖଡିଆ, ସାମ୍ବାଦିକ ସଂଘର ସଭାପତି କ୍ଷିତିରଂଜନ ପଧାନ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ l ଶିବିରରେ ମୋଟ ୪୧  ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ଏଥିରେ ତୁଲୁଵ ଅଙ୍ଗନବାଡ଼ି କର୍ମୀ ରଂଜିତା କେରକେଟା ଓ ଅଞ୍ଜନା ବିଶ୍ୱାଳ ୨  ଜଣ ମହିଳା ରକ୍ତଦାନ କରିଥିଲେ l ବୁର୍ଲା ଭୀମସାର ରକ୍ତ ଭଣ୍ଡାର ଅଧିକାରୀ ଡ଼ା.ସତ୍ୟବ୍ରତ ପାଟ୍ଟଯୋଶୀଙ୍କ ନେତୃତ୍ୱରେ ସିନିଅର ଟେକନିସିଆନ ରବି ନାରାୟଣ ରାଉତ, କାଉନସେଲର ମଣ୍ଟୁ ପ୍ରଧାନ, ଲାବୋରେଟୋରୀ ଆଟେଣ୍ଡାଂଟ ଗଣେଶ ଚନ୍ଦ୍ର ପ୍ରଧାନ, ପଇନୁ ଭୋଇ, ସଂଜୀବ କୁମାର ବେରା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ l ସଂଘର ସଭାପତି ଅବଦୁଲ ଗୁଲାମ କାଦିର, ସମ୍ପାଦକ ଗୋପାଳ  ଦେବନାଥ ଙ୍କ ତତ୍ୱାବଧାନରେ ସମସ୍ତ ସଭ୍ୟ ରକ୍ତଦାନ କରିଥିବା ବେଳେ ଚାଇଲଡ ଲାଇନର ଟିମ ମେମ୍ବର ନମାନୀ ହେମ୍ବ୍ରମ, ଭୂମିସୁତା ଧୁରୁଆ ସହଯୋଗ କରିଥିଲେ l ଏହି ଅବସରରେ ରୋଗୀ ସେବା କାର୍ଯ୍ୟ ପାଇଁ ଲକ୍ଷ୍ମଣ ବେହେରା ଓ ବିଶ୍ୱାମିତ୍ର ଜାମଡାଲିଆଙ୍କୁ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା l ସଂଘର ସଭ୍ୟ ରାଜକୁମାର ରଣା , ସାଗର ଗୁପ୍ତା , ଶିବା ବାଘ ,ଭାସ୍କର ଭଞ୍ଜ , ଅଜୁ ରକସା,ସତୀଶ ଅଗ୍ରୱାଲ , ବିନୋଦ ବରିହା , ତରୁଣ କୁମାର , ସୌରବ ଦେବନାଥ , ରିଗନ ଜୟପୁରିଆ , ବବୁଲ ପ୍ରସାଦ , ଲିକନ ନାଏକ , ବୁଲୁ ବାଘ , ମନୋଜ ଜୟପୁରିଆ, ରଞ୍ଜିତ ଚୌଧୁରୀ , ଅବଦୁଲ ହୁମାୟୁନ, ଲାଲକୃଷ୍ଣ ଜୟପୁରିଆ,ରଞ୍ଜନ ସାହୁ ପ୍ରମୁଖ ସହଯୋଗ କରିଥିଲେ l

Leave A Reply

Your email address will not be published.